Odiapua.com

ଏଣ୍ଡର ଉନ୍ନିତ ଉଚ୍ଚପ୍ରାଥମିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, ୧୭ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଏଣ୍ଡର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୈାଡକୁଦ, ଲମ୍ବାଡିଆଁ, ଉଚ୍ଚ ଡିଆଁ, ତିନିଗୋଡିଆ, ଅଖାଦୈାଡ, ଛୁଞ୍ଚିସୁତା, ସଟପୁଟ, ଅନ୍ଧ ଦୈାଡ, ମ୍ୟୁଜିକ ଚେୟାର, ଆଳୁ ଚାମଚ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପରିଡା, ସହକାରୀ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପରିଡା, ଶିକ୍ଷକ ଜୀତେନ୍ଦ୍ର କୁମାର ତ୍ରିପାଠୀ, ଅରୁପାନନ୍ଦ ରାଉତରାୟ, ହିମାଂଶୁ କୁମାର ଦାସ, ସୁନାକର ବେହେରା, ସ୍କୁଲ ପରିଚାଳନା ସମିତି ସଭ୍ୟ ମାନସରଞ୍ଜନ ଜେନା, ରାଜକିଶୋର ଜେନା, ଗୈାତ୍ତମ ମଲିକ, ୱାର୍ଡସଭ୍ୟ ଦେବେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରିଥିଲେ।