Odiapua.com

ଏଟିଏମ୍‌ରୁ ଟଙ୍କା ହଡ଼ପକୁ ନେଇ ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ ସହ ପୁଲିସ୍‌ରେ ଦେଲେ ଜିମା, ଆଇନ୍‌କୁ ହାତକୁ ନେଇ ମାଡମାରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ନିକଟସ୍ଥ ଜାହାଙ୍ଗିର ରୋଡ଼ ଧୋବାସାହି ବଜାର ଠାରେ ଏକ ଯୁବକକୁ ତାଙ୍କର ହାତକୁ ଏକ ଇଲେକ୍ଟ୍ରିପୋଲରେ ବାନ୍ଧି ଶହ ଶହ ଲୋକଙ୍କ ଆଗରେ ମାଡ଼ମାରିବା ପରେ ହାତବାନ୍ଧି ଘୋଷାରି ଘୋଷାରି ଥାନାକୁ ନେଇ ତାଙ୍କ ନାମରେ କୋ୍ ଦେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ଧାମନଗର ବିଜ୍ଞାପିତ ଅଞ୍ଚଳର ୫ନମ୍ବର ୱାର୍ଡ଼ର ଶ୍ୟାମପୁର (ନାୟକସାହି) ଗ୍ରାମର ଅହେମଦ୍ ଅଲ୍ଲୀଙ୍କ ପୁଅ ଟିକି ରହେମତ ଅଲ୍ଳୀଙ୍କୁ ସେହିଗ୍ରାମର ସେକ୍ ଅଜଗର ଅଲ୍ଲୀ ଓ ତାଙ୍କ ଭଉଣୀ ଜିଏକି ଧାମନଗର ଡ଼ାକ୍ତରଖାନାର ଜଣେ ଅସ୍ଥାୟୀ କର୍ମଚାରୀ ମର୍ଜ୍ଜିନା ବିବି ଉକ୍ତ ଯୁବକକୁ ତାଙ୍କର ହାତ ଗୋଡ଼ ବାନ୍ଧିବା ସହିତ ରାସ୍ତା କଡ଼ରେଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ତାଙ୍କୁ ମାଡ଼ ମାରିବା ସହିତ କତାରେ ହାଣିଦେବାପାଇଁ ଉଦ୍ୟମ କରିଥିଲେ । ହେଲେ ଏଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହିଜଣେ ହେଲେବି ପ୍ରତିବାଦ କରିନଥିଲେ । ପରେ ଉକ୍ତ ଯୁବକକୁ ହାତବାନ୍ଧି ଧାମନଗର ଥାନାରେ ନେଇ ପହଂଚାଇଥିଲେ ଏବଂ ଥାନାରେ ଅଭିଯୋଗ କଲେଯେ ଉକ୍ତ ଯୁବକ ସମେତ ସେହି ଗ୍ରାମର ସରାଫତ ଅଲ୍ଲୀ ମର୍ଜ୍ଜିନା ବିବିଙ୍କ ଏଟିଏମ୍‌କୁ ହେକ୍‌କରି ୨୦ହଜାର ଟଙ୍କା ନେଇଥିବାର ଅଭିଯୋଗ କରିଥିଲେ । ପୋଲିସ ମର୍ଜ୍ଜିନା ବିବିଙ୍କ ଅଭିଯୋଗକୁ ଭିତ୍ତିକରି ଟିକି ରହେମତ୍ ଅଲ୍ଲୀଙ୍କୁ କେସନଂ ୧୭୦/୨୧, ଦଫା ୩୭୯, ୩୪ଆଇପିସିରେ ରହେମତକୁ କୋର୍ଟ ଚାଲାଣ କରିଛନ୍ତି । ତେବେ ଜଣେ ଯୁବକ ଯଦି ତାଙ୍କ ଏଟିମ୍‌କୁ ହେକକରି ଟଙ୍କା ଉଠାଇନେଲେ ଏହାର ଖବରପାଇ ଅଭିଯୋଗକାରୀ ସ୍ଥାନୀୟ ଥାନାକୁ ଖବରଦେଇଥିଲେ ପୋଲିସ ତା’ର ଦାୟିତ୍ୱରେ ଅଭିଯୁକ୍ତକୁ ଗିରଫକରି ଘଟଣାର ତଦନ୍ତ କରିଥାନ୍ତା । କିନ୍ତୁ ତାହାନକରି ଭାଇ ଭଉଣୀ ଦୁହେଁ ମିଶି ଯୁବକକୁ ରଶିରେ ବାନ୍ଧି ଶହ ଶହ ଲୋକଙ୍କ ଆଖିଆଗରେ ତାଙ୍କ ଶହ ବର୍ବରତା କାଣ୍ଡ ଭିଆଇଥିଲେ ଏବଂ ଭାଇ ଭଉଣୀଙ୍କର ଏଭଳି ଉଗ୍ରରୂପଦେଖି କେହିବି ଯୁବକକୁ ଧରିବାକୁ ସାହସ କରିନଥିଲେ ।

ତେବେ ଥାନାପାଖରୁ କେହିମିଟର ଦୂରରେ ଏପରି ଘଟଣା ଘଟିବା, ରାସ୍ତା ଜାମ ହୋଇଯିବା ପରେ ମଧ୍ୟ ସ୍ଥାନୀୟ ପୋଲି ମଧ୍ୟ ପହଂଚିନଥିଲା । ହେଲେ ଜନସାଧାରଣଙ୍କ ଆଖିଆଗରେ ଆଇନ୍‌କୁ ହାତକୁନେଇ ଅତିନିର୍ମମ ଓ ନିସ୍ତୁକ ଭାବେ ଯୁବକକୁ ମାଡ଼ ମରାଯାଇ ପୁଣି ଘୋଷାରି ଘୋଷାରି ପୋଲିସକୁ ଜିମାଦେବା କେତେଦୂର ଠିକ୍ ଏହା ଧାମନଗର ଅଂଚଳରେ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ସହରର ଛାତିଉପରେ ଆଇନ୍‌କୁ ହାତକୁ ନେଇ ଜଣେ ଯୁବକକୁ ଏପରି ନିସ୍ତୁକ ମାଡ଼ ମରାଯିବା ଘଟଣା ଅତି ନିନ୍ଦନୀୟ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଜଣେ ସମାଜସେବୀ ଡ଼ିଜିପି ଓଡ଼ିଶା, ଆଇଜି ବାଲେଶ୍ୱର ଓ ଏସ୍‌ପି ଭଦ୍ରକଙ୍କୁ ଟୁଇଟ୍‌କରି ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ ଗିରଫ ହୋଇଥିବା ରହେମତ ଅଲ୍ଳୀଙ୍କ ବାପା ଜଣେ ଭିନ୍ନକ୍ଷମ ତଥା ପକ୍ଷାଘାତ ରୋଗରେ ପିଡ଼ିତ ଥିବାରୁ ତାଙ୍କର ମା’ ସାଇମା ବିବି ସବୁ ଘଟଣା ଜାଣିମଧ୍ୟ ଏବେ ନିରୁପାୟ । ତେବେ ମୋ ପୁଅକୁ ଜାଣିସୁଣି ଫସେଇଦେବା ସହିତ ଏହି ଘଟଣାରେ ଅଭିଯୋଗ କାରୀଙ୍କ ପୁତୁରା ସେକ୍ ବାବୁ ସମ୍ପୃକ୍ତ ଥିବାବେଳେ ମୋ ପୁଅଜଣେ ଶରଳ ପିଲା ଥିବାରୁ ତାଙ୍କୁ ଫସାଇ ଏପରି ଘଟଣା ଘଟାଇଛି ବୋଲି ସାଇମା ବିବି ପ୍ରକାଶ କରିଛନ୍ତି । ଏପରି ଏକ ଘଟଣା ନିନ୍ଦନୀୟ ତେବେ ଗିରଫ ହୋଇଥିବା ଅହେମତ୍ ଅଲ୍ଳୀଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ । ଯଦି ସେପରି ଅଭିଯୋଗ କରାଯାଏ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତ ଆମପ୍ରତିନିଧିଙ୍କ ସୂଚନା ଦେଇଛନ୍ତି ।