Odiapua.com

ଏଚ୍‌ଆଇଭି/ଏଡ଼ସ୍ ସଚେତନତା କର୍ମଶାଳା ଅନୁଷ୍ଟିତ

ତାଳଚେର, ୨୮/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ଏମସିଏଲ ତାଳଚେର କ୍ଷେତ୍ର ନନ୍ଦିରା ଅଫିସର୍ସ କ୍ଲବ ପରିସରରେ ଦୁଇଦିନିଆ ଏଚ୍‌ଆଇଭି ସଚେତନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତାଳଚେର ପ୍ରଗତି ମହିଳା ମଣ୍ଡଳର ଅଧ୍ୟକ୍ଷା ଡ଼ଲି ମିଶ୍ରା ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିବା ବେଳେ ବାହାରୁ ଆସିଥିବା ପ୍ରଶିକ୍ଷକ ପି.କେ ସିହ୍ନା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ତାଳଚେର କ୍ଷେତ୍ରର ୪୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମଚାରୀମାନଙ୍କୁ ଏଚଆଇଭି ସଂକ୍ରମଣକୁ କିପରି ରୋକା ଯାଇପାରିବ ସେହି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇଟି ସ୍ଲୋଗାନ ଉପରେ ଚର୍ଚ୍ଚା ହୋଇଥିଲା। ପ୍ରଥମତଃ ରୋଗୀକୁ ଘୃଣା କରନାହିଁ ରୋଗକୁ ଘୃଣା କର। ସେହିପରି ଅନ୍ୟଟି ବାହାଘର ପୂର୍ବରୁ ଜୟ ହନୁମାନ ଓ ବାହାଘର ପରେ ଜୟ ସୀତାରାମ କହିବାକୁ ପରାମର୍ଶ ଦିଆଯାଇଥିଲା। ଏହା ଏପ୍ରିଲ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। କୋଡିନେଟର ହେମନ୍ତ ପ୍ରଧାନ ଏହି କର୍ମଶାଳାକୁ ପରିଚାଳନା କରିଥିଲେ। ଡା଼ ତିର୍କୀ, ନନ୍ଦିରା କୋଇଲାଖଣିର ଚିକିତ୍ସାଧିକାରୀ ଓ କର୍ମକର୍ତାମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।