Odiapua.com

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ମାଗଣା ରକ୍ତଦାନ ଶିବିର,୩୫ ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି,୭ା୧୨  (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମା ରକ୍ତଭଣ୍ଡାର ରେ ଗତ କିଛି ଦିନହେଲା ରକ୍ତଅଭାବ ଦେଖାଦେଇଛି, ଏ ସଂପର୍କରେ ଓଡିଆ ପୁଅରେ ବାରମ୍ବାର ସମ୍ବାଦ ପ୍ରକାଶିତ ହେବାପରେ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଆଜି ମାଗଣା ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବ୍ୟାଙ୍କ ମୁଖ୍ୟପରିଚାଳକ ଗୋବିନ୍ଦମ ରବି କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକକୁମାର ସଡଙ୍ଗି,ଜିଲ୍ମାଆଦିବାସୀ ସ୍ବତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା,  ଯୁବରେଡକ୍ରସ ସଂପାଦକ ଅଧ୍ୟାପକ ରଜଂନକୁମାର ସ୍ୱାଇଁ,  ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରି ସ୍ୱଚ୍ଛାକୃତ ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହତି ମନ ପ୍ରଫୁଲ ହୋଇ ଅନ୍ୟର ଜୀବନ ରକ୍ଷା ହୋଇପାରେ, ରକ୍ତଦାନର ମହତ ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବ୍ୟାଙ୍କର କର୍ମଚାରି ଓ ଗଣମାଧ୍ୟମ ପ୍ରତିନିଧି ମହେନ୍ଦ୍ରପାଣିଗ୍ରାହୀ,ରଂଜନ ନାୟକ,ବିକ୍ରମ ପାଢି(ନିଲୁ),ସ୍ୱାଧିନ ବେହେରା ଙ୍କ ସହିତ ଅନମାନେ ସ୍ୱଇଛାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ ।  ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜିତେନ୍ଦ୍ର ପାଢୀ,ଅମିତ ପାତ୍ର,ସୁଜନଦାସ, ରବିପ୍ରଧାନ ପ୍ରମୁଖ ବ୍ୟାଙ୍କକର୍ମଚାରି ଏହି ଶିବିର ପରିଚାଳନା କରିଥିଲେ । ଜିଲ୍ଲାରକ୍ତ ଭଣ୍ଡାରରେ ରକ୍ତଆଭାବ ଦେଖା ଦେଉଥିବା ବେଳେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛାକୃତ ରକ୍ତଦାନ ଶିବିରକୁ ସହରବାସୀ ସ୍ୱାଗତ ଜଣାଇଛନ୍ତି ।