Odiapua.com

ଏଙ୍ଗଲସ୍ ୱେଲଫେୟାର ଅଗ୍ରାନାଇଜେସନ୍ କଟକ ପକ୍ଷରୁ ଭଦ୍ରକରେ ରିଲିଫ୍ ବଣ୍ଟନ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏଙ୍ଗଲସ୍ ୱେଲ୍‌ଫେୟାର ଅଗ୍ରାନାଇଜେସନ୍ ତରଫରୁ ଭଦ୍ରକ ଜିଲାର ବିଭିନ୍ନ ୱାର୍ଡ ଏବଂ ପଂଚାୟତ ମାନଙ୍କରେ ପାଖାପାଖି ୫ ଶହ ଲୋକମାନଙ୍କୁ ରିଲିଫ୍ ଯୋଗାଇ ଦେଇଛନ୍ତି । ଏହି ଅନୁଷ୍ଠାନଟି କଟକରେ ଅବସ୍ଥିତ ଥିବାବେଳେ ସେଥିରେ ୧୧୦ ଜଣ ଟିମ୍‌ରେ ଅଛନ୍ତି । ଭଦ୍ରକରେ ଗୋଟେ ପଟେ ୟାସ୍ ନାମକ ବାତ୍ୟା ଭୟଙ୍କର ସେପଟେ ମହାମାରୀ କରୋନା ପାଇଁ ସାଧାରଣ ଲୋକମାନେ ଖାଇବାରୁ ବଂଚିତ ହୋଇଥିବାରୁ ନଳାଙ୍ଗ ସରପଞ୍ଚ ମାନସି ରାଉତ କୌଣସି ସୂତ୍ରରୁ ଖବର ପାଇ ଏହି ସଂସ୍ଥାକୁ ଡକାଇଥିଲେ । ସେମାନେ ନିଜେ ଏକ ଗାଡି ଠିକ୍ କରି ପ୍ରାୟ ୫ ଶହ ଜଣ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଆଣିଥିଲେ । ଜଣକ ପିଛା ୪ କିଲୋ ଚାଉଳ, ଏକ କିଲୋ ଚୁଡା, ୫ ଶହ ଗ୍ରାମ ଚିନି, ଏକ କିଲୋ ଡାଲି ଓ ବିସ୍କୁଟ ଆଦି ଯୋଗାଇ ଦେଇଥିଲେ । ଆଜି ସେହି ସଂସ୍ଥାର ଫାଉଣ୍ଡର ମେମ୍ବର ଭିରେନ୍ ସଲୋଟ, ସଭାପତି ବିଶାଲ ଅଗ୍ରୱାଲ, ସଦସ୍ୟ ପ୍ରକାଶ ଚୌଧୁରୀ, ଭିସାଲ ମୋଦି, ସୁବ୍ରତ କୁମାର ରାଉତ ପ୍ରମୁଖ ଏହି ମହାମାରୀ କରୋନା ସମୟରେ ଅସହାୟ, ଗରିବ ଏବଂ ବିଧବା ଲୋକମାନଙ୍କୁ ସ୍ଥାନୀୟ ନଳାଙ୍ଗ, ଗେଲପୁର, ମହାବିନାୟକ ମନ୍ଦିର ପ୍ରାଙ୍ଗଣରେ ସମସ୍ତଙ୍କ ସହ ସହଯୋଗର ହାତ ବଢାଇଛନ୍ତି । ଯାହାଫଳରେ ସମସ୍ତ ମଧ୍ୟବିତ୍ତ ପରିବାର ଲୋକ ଏହି ଟିମ୍‌କୁ ପ୍ରଶଂସା କରିଛନ୍ତି ।