Odiapua.com

ଏକାଦଶାହ ଭୋଜି ଖାଇବା ପରେ ଅସୁସ୍ଥ ହୋଇ ୪୦ରୁ ଉର୍ଦ୍ଧ୍ୱ ମେଡିକାଲରେ ଭର୍ତ୍ତି : ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କଟକ, ୧୮/୦୧ (ଓଡ଼ିଆ ପୁଅ/ଅଭୟ ଜେନା) ଭୋଜି ଖାଇ ବହୁ ଲୋକ ଆକ୍ରାନ୍ତ ହେବାର ଅଭାବନୀୟ ଘଟଣା ଘଟିଛି। କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନପୁର ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ଏକାଦଶାହ ଭୋଜି ଖାଇ ଅସୁସ୍ଥ ୪୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ କଟକ ଏସ ସି ବି ମେଡିକାଲ ସମେତ ସାଲେପୁର, ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଥିବା ଜଣାପଡିଛି। ସୂଚନା ଅନୁଯାଇ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଏକାଦଶାହ ଭୋଜି ଖାଇବା ପରେ ଅଧିକାଂଶ ଲୋକ ଝାଡ଼ାବାନ୍ତି ସହ ଅନ୍ୟାନ୍ୟ ରୋଗରେ ଅସୁସ୍ଥ ହୋଇ ପଡ଼ିଥିଲେ। ଅଧିକାଂଶଙ୍କୁ ସାଲେପୁର ସମେତ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ମହିଳା, ବାଳକ ବାଳିକା ରହିଥିବା ସୂଚନା ମିଳିଛି। ଭୋଜିରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଖାଇଥିବା କୁହାଯାଉଛି।