Odiapua.com

ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏସିବି ଫାଉଣ୍ଡେସନ କାହାଳିଆଗଢିଆ ପକ୍ଷରୁ ଆଜି ସୋସୋ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋସୋ,ସରାକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେରୁଣପଦୀ,ସୋସୋ କାନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିଉଁଦାଣୀ ଠାରେ ଏକଲବ୍ୟ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ତ ହରମୋହନ ପଣ୍ଡାଙ୍କ ସଭାପତିତ୍ତ୍ୱରେ ଆୟୋଜିତ ସଭାରେ ଏସିବି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା ଏବଂ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ନାହାକ,ଅଙ୍ଗୁରୁବାଳା ସେନାପତି,ସୁମତି ନାୟକ,ମାନାରାଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ମୋଟ ୨୭ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି,ପାଠ ଉପକରଣ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ଏକଲବ୍ୟ ପୁରସ୍କାର ଦିଆଯାଇଛି । ଭକ୍ତି,ଶୃଙ୍ଖଳା,କର୍ତ୍ତବ୍ୟନିଷ୍ଠ,ସମୟାନୁ ବର୍ତ୍ତିତା ଓ ନମ୍ରତା ଆଦି ନୈତିକ ଗୁଣାବଳୀ ଆଧାରରେ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇ ଏହି ପୁରସ୍କାର ଦିଆଯାଇଛି । ଏହି ଅବସରରେ ବେରୁଣପଦୀ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ,ସରକାରୀ ଉଚ୍ଚ ବିଦ୍ୟାଳୟ ସୋସୋର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ଦାସ,ଲକ୍ଷ୍ମଣ ଦାଶ,ସଂସ୍କୃତ ଶିକ୍ଷକ ମାଧବାନନ୍ଦ ଆଇଚଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରେ ନୃତ୍ୟ ଗୁରୁ ଗୋପିନାଥ ପାଢୀ ଗୁରୁ ବନ୍ଦନା ଗାନ ଓ ସ୍ୱାଗତ ଭାଷଣ ରଖିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସାଧନ କେନ୍ଦ୍ର ସଂଯୋଜକ ବୁଦ୍ଧଦେବ ରାଉତ,ସୁଶାନ୍ତ ସାହୁ,ସୁଜିତ କୁମାର ମହାନ୍ତି,ପବିତ୍ର ବାରିକ,ହେମନ୍ତ ବିଶ୍ୱାଳ,ଭରତ ଚନ୍ଦ୍ର ବିନ୍ଧାଣୀ,ଚିନ୍ମୟୀ ପଣ୍ଡା,ବିନୀତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।