Odiapua.com

ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ୧୦ ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ: ପୁଲିସର ଖୋଳ ତାଡ଼

ମାଲକାନଗିରି : ୪/୮ (ଓଡ଼ିଆ ପୁଅ) ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଶିକ୍ଷାପ୍ରତି ଗୁରତ୍ୱ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଆବସିକ ବିଦ୍ୟାଳୟ ଖୋଲିଚାଲିଛି। ହେଲେ ସେଠାରେ ଶକ୍ଷକ ଶିକ୍ଷୟତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କ ଖାମ ଖିଆଲି ମନୋଭାବ ପାଇଁ ଗରିବ ଆଦିବାସୀ ପିଲା ମନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏମିତି ଏକ ଜୁର୍ଭାଗ୍ୟଜନକ ଘଟଣା ଘଟିଛି ମାଲକାନଗିରିର ଏକଲବ୍ୟ ଆବାସିକ ବିଦ୍ୟାଳୟରେ। ବିଦ୍ୟାଳୟ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ମାଥିଲି ଅଞ୍ଚଳର ଜଣେ ଗରିବ ଆଦିବାସୀ ନାବାଳିକା ସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀର ପାଠ ପଢୁଥିବା ଛାତ୍ରୀ ଏବେ ୬ ମାସର ଗର୍ଭବତୀ ଥିବା ଜଣାପଡିଛି। ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କ ପରିବାର ଅଡ଼ୁଆରେ ପଡ଼ି ଯାଇଛନ୍ତି। ଛାତ୍ରୀ ଜଣଙ୍କ ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେବା ପରେ ପୁଲିସ ଖୋଲତାଡ଼ ଆରମ୍ଭ କରିଦେଇଛି।

ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପାଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣଙ୍କ ୬ ମାସର ଗର୍ଭବତୀ ହୋଇସାରିଥିଲେ ମଧ୍ୟ କିପରି ସ୍କୁଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ, ବହୁତ ବିଳମ୍ବରେ ଝିଅର ପରିବାରଙ୍କୁ ଜଣାଇ ଛାତ୍ରୀଙ୍କୁ ତନଙ୍କ ଘରେ ଛାଡ଼ିଦେଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜୁଲାଇଗତ ୧୨ ତାରିଖ ରାତିରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘରେ ପହଞ୍ଚି ଝିଅର ଦେହ ଗୁରୁତର ଥିବା କହିଥିଲେ। ଏହାସହ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଝିଅ ଗର୍ଭବତୀ ଥିବା ଓ ଅନ୍ୟ ପିଲାଙ୍କ ସହ ତା’ର ସମ୍ପର୍କ ଥିବା କହିଥିଲେ। ଏହା ସହ ସ୍କୁଲର କିଛି ଶିକ୍ଷକ ଓ କର୍ମଚାରୀ ତାଙ୍କ ବାପାଙ୍କୁ ଧମକଚମକ ଦେଇ ଏକ ସାଧା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ହେଲେ ଛାତ୍ରୀଙ୍କ ବାପା ଦସ୍ତଖତ ନକରି ଗାଁକୁ ଫେରି ଯାଇଥିଲେ। ପରଦିନ ସ୍କୁଲ କର୍ତ୍ତୃପକ୍ଷ ପୁଣି ଛାତ୍ରୀଙ୍କ ପରିବାରକୁ ଡକାଇଥିଲେ ଓ ପୂର୍ବରୁ ଲେଖା ଥିବା ଏକ କାଗଜରେ ଜୋରଜବରଦସ୍ତ ଦସ୍ତଖତ ନେଇ ଝିଅକୁ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି।

ଘରକୁ ଆସିବା ପରେ ଛାତ୍ରୀଙ୍କୁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଗତ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ଛାତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାରେ ପହଁଛି ଅଭିଯୋଗ କରିଛନ୍ତି। ଏଥିରେ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଛନ୍ତି ବୋଲି ସ୍କୃଲ କର୍ତ୍ତୃପକ୍ଷ କହିଛନ୍ତି। ଏକଲବ୍ୟ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀର ଛାତ୍ରୀ ଗତ ୧ ତାରିଖରେ ମାଲକାନଗିରି ଥାନାରେ ଏକ ଅଭିଯୋଗ କରିଛନ୍ତି। ସେ ଗ୍ରାମକୁ ଛୁଟିରେ ଯାଇଥିବା ବେଳେ ତାଙ୍କ ଗ୍ରାମର ଜଣେ ୧୯ବର୍ଷ ବୟସ୍କ ଯୁବକ ଭଲ ପାଉଥିବା ଓ ତାଙ୍କ ପାଇଁ ସେ ଗର୍ଭବତୀ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣ ପଡିଛି। ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀକୁ ଗର୍ଭବତୀ କରିବା ଅଭିଯୋଗରେ ମାଥିଲି ଥାନା ସାଉଁଳି ଗୁଡା ଗ୍ରାମରୁ ହରି ଭୂମିୟା (୧୮) ନାମକ ଯୁବକୁ ଗିରଫ କରା ଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି ବୋଲି ମାଲକାନଗିରି ଥାନା ଆଇଆଇସି ରିଙ୍ଗନ କିଣ୍ଡୋ କହିଛନ୍ତି।