ନୟାଗଡ଼, ୨୦ା୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଝିଅ ଶୃତି ସୁଲଗ୍ନା ଏକକ ସଙ୍ଗୀତରେ ରାଜ୍ୟରେ ପ୍ରଥମ ହୋଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନୀତ ହେବା ସହ ଟ୍ରଫି ଗ୍ରହଣ କରିଛନ୍ତି। ମେଧାବୀ ଛାତ୍ରୀ, କୁନି ଅଭିନେତ୍ରୀ ତଥା କୁନି ସଙ୍ଗୀତ ସାଧିକା ଶୃତି ସୁଲଗ୍ନା (୧୩)ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେଉଥିବାବେଳେ ସମଗ୍ର ରାଜ୍ୟରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ପ୍ରଥମ ହୋଇଛନ୍ତି। ଯାହାକି ନୟାଗଡ଼ ଜିଲ୍ଲା ତଥା ଦଶପଲ୍ଲା ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଶୃତି ସୁଲଗ୍ନା ଦଶପଲ୍ଲାର ବିଶିଷ୍ଠ ସଂଙ୍ଗ୍ୀତକାର ସୁରେଶ କୁମାର ସାହୁଙ୍କ ଜ୍ୟେଷ୍ଠା କନ୍ୟା। ମୁଖ୍ୟମନ୍ତ୍ରୀଙ୍କ ହସ୍ତରୁ ଟ୍ରଫି ପାଇ ଶୃତି ଖୁସି ଥିଲାବେଳେ ତାଙ୍କ ନିକଟକୁ ଅଜଶ୍ର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଏକକ ସଙ୍ଗୀତରେ ଶୃତି ସୁଲଗ୍ନା ରାଜ୍ୟରେ ପ୍ରଥମ
