Odiapua.com

ଏଓବି ଓ ମାଲକାନଗିରି ମାଓବାଦୀ ଡିଭିଜନର ବରିଷ୍ଟ ମାଓନେତା ଶିବାନ୍ନା ଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୭ା୮(ଓଡିଆ ପୁଅ ) ଦୀର୍ଘ୩୦ବର୍ଷଧରି ମାଓସଂଗଠନରେ ସାମିଲ ଥିବା ଏଓବି ଜୋନାଲ କମିଟି ସଦସ୍ୟ ଓ ମାଲକାନଗିରି ମାଓବାଦୀ ଡିଭିଜନର ବରିଷ୍ଠ ମାଓନେତା ଶିବାନ୍ନା ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବରିଷ୍ଠ ମାଓନେତା ଶିବାନ୍ନା ଓରଫ ସୀତାରାମ ରେଡ୍ଡୀଙ୍କ ନିଜଘର ଆନ୍ଦ୍ରପ୍ରଦେଶର କତାଗୁଡେମ ଜିଲ୍ଲାରେ,ସେ ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ବାମପନ୍ଥୀ ଚିନ୍ତାଧାରା ରେ ଥିବାରୁ ସେ ଦୀର୍ଘ୩୦ବର୍ଷ ଧରି ଆନ୍ଦ୍ରଓଡିଶା ବୋର୍ଡର ଜୋନାଲକମଟି ତଥା ମାଲକାନଗିରି ମାଓବାଦୀ ଡିଭିଜନ ର ଆଗଧାଡିର ଜଣେ ଯୋଦ୍ଧା ଓ ଟୁଣୁଆ ମାଓନେତା ଭାବେ କାମକରୁଥିଲେ ।ତାଙ୍କର ବୟସ ଅଧିକ ହୋଇ ଯାଇଥିବାରୁ ସେ ମାଓବାଦୀ ସଂଗଠନର ଉପଦେଷ୍ଠା ଭାବେ ଥିଲେ । ସେ ଗତ କିଛି ବର୍ଷତଳେ ଲ୍ୟାଣ୍ଡ ମାଇନ ଫିଟ କରୁଥିବା ସମୟରେ ବିସ୍ପୋରଣରେ ତାଙ୍କର ଗୋଟିଏ ହାତ କଟି ଯାଇଥିଲା । ବିଶେଷ କରି କାଲିମେଳା ମାଓବାଦୀ ଦଳମ ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ରହି ମାଓବାଦୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଆସୁଥିଲେ ।ଗତ କିଛି ବର୍ଷ ହେଲା ସ୍ୱାଭିମାନ ଅଚଂଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ହେବା ଦ୍ୱାରା ମାଓବାଦୀଙ୍କ ଗଡଭୁଷୁଡି ପଡିବା ଓ ଅଧିକ ବୟସ ହେବାରୁ ସେଠାରେ ଲୁଚିଛପି ରହିବା ତାଙ୍କ ପକ୍ଷରେ ସମ୍ଭବପର ହେଲା ନାହିଁ ,ତେଣୁ ସେ ସୀମାନ୍ତ ତେଲାଙ୍ଗାନା ରାଜ୍ୟ ଖମାମ ଜିଲ୍ଲା ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ନାଗରିକ ପରି ଜୀବନ ଯାପନ କରିବା ପାଇଁ ନିସ୍ପତି ନେଇଥିବାର ଜଣାପଡିଛି । ମାଓଆତ୍ମ ସମର୍ପଣ ସରକାରି ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ମାଓନେତା ଶିବାନ୍ନାଙ୍କୁ ସମସ୍ତ ପ୍ରକାର ସରକାରି ସହାୟତା ଯୋଗାଇ ଦିଆ ଯିବ ବୋଲି ଖମାମ ଏସପି କହିଛନ୍ତି । ଅପର ପକ୍ଷରେ ଜଣେ ଆଗଧାଡିର ବରିଷ୍ଠ ମାଓନେତା ଶିବାନ୍ନାଙ୍କ ଆତ୍ମସମର୍ପଣ କରିବା ଘଟଣାରେ ଏଓବି ଜୋନାଲ କମିଟି ଓ ମାଲକାନଗିରି ମାଓଡିଭିଜନ କୁ ଏକ ବଡ ଧରଣର ଶକ୍ତ ଧକ୍କା ଲାଗିଥିବା ବେଳେ ଆନ୍ଦ୍ର,ତେଲାଙ୍ଗାନା,ଓଡିଶା ରାଜ୍ୟ ପୁଲିସଙ୍କୁ ସଫଳତା ମିଳିଛି ।