Odiapua.com

ଏଏନ-୩୨ ଦୁର୍ଘଟଣା : ଜୋରହାଟକୁ ନିଆଗଲା ମରଶରୀର

ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଜୁନ ୩, ୨୦୧୯ରେ ଆସାମର ଜୋରହାଟ ବାୟୁସେନା ବିମାନ ଘାଟିରୁ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଉଡ଼ାଣ ଆରମ୍ଭ କରି ନିଖୋଜ ହୋଇଯାଇଥିଲା। ଏହି ବିମାନରେ ୧୩ ଜଣ ବାୟୁସେନା କର୍ମଚାରୀ ଯାତ୍ରା କରୁଥିଲେ। ଜୁନ ୧୧, ୨୦୧୯ରେ ଅରୁଣାଚଳ ପ୍ରଦେଶର ପାହାଡ଼ ଚଟାଣରୁ ନିଖୋଜ ଏଏନ-୩୨ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା। ଏହି ବିମାନ ଦୁର୍ଘଟଣାରେ ସମସ୍ତ ବାୟୁସେନା ଯବାନ ପ୍ରାଣ ହରାଇଥିଲେ। ଏହି ୧୩ ଜଣ ବୀର ଯବାନଙ୍କ ଦେହାବେଶଷ ଉଦ୍ଧାର କରାଯାଇଛି ଏବଂ ଜୋରହାଟ ବାୟୁସେନା ଷ୍ଟେସନକୁ ପଠାଇ ଦିଆଯାଇଛି। ଏହାପରେ ସେମାନଙ୍କ ଜନ୍ମସ୍ଥାନକୁ ମରଶରୀରକୁ ପଠାଇ ଦିଆଯିବ, ଯେଉଁଠାରେ ସେମାନଙ୍କ ଶେଷକୃତ୍ୟ ବିଧି ମୁତାବକ ସମ୍ପନ୍ନ କରାଯିବ। କର୍ତବ୍ୟ ନିର୍ବାହ କରିବା ସମୟରେ ପ୍ରାଣବଳୀ ଦେଇଥିବା ଯବାନଙ୍କ ପରିବାର ଏବଂ ଆତ୍ମୀୟଙ୍କ ପ୍ରତି ବାୟୁସେନା ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ ଲାଗି ବାୟୁ ସେନା ପକ୍ଷରୁ ଭାରତୀୟ ସେନା, ଭାରତୀୟ ନୌସେନା, ଏନଟିଆରଓ, ରାଜ୍ୟ ପ୍ରଶାସନ ଏବଂ ସାଧାରଣ ନାଗରିକମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।