ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଭଦ୍ରକସ୍ଥ ଶ୍ରୀବାଳଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୩୦ ତାରିଖ ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଗୁଡ଼ିକରେ କଟକ ‘ଶ୍ରୀଜଗନ୍ନାଥ ପାଟ ସେବା ବିକାଶ ପରିଷଦ’ ପକ୍ଷରୁ ପ୍ରଦାନ କରାଯାଇଥିବା ରାକ୍ଷୀ ଗୁଡ଼ିକ ମହାପ୍ରଭୁଙ୍କ ସେବା ନିମନ୍ତେ ଉପସ୍ଥିତ ଥିବା ବାସୁଦେବପୁର, ଆରଡ଼ି, ସବାରଙ୍ଗ, ଭଦ୍ରକର କେତେକ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ବଌକ୍ଷଗ୍ଧ;ନ କରାଯାଇଥିଲା । ଅବଶିଷ୍ଟ ମନ୍ଦିରର ପ୍ରତିନିଧିଙ୍କୁ ଆସନ୍ତା ୨୦ ତାରିଖରେ ପ୍ରଦାନ କରାଯିବାକୁ ସମିତିରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଭଦ୍ରକ ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ, ଅଧ୍ୟକ୍ଷ ତଥା ବହୁ ପ୍ରତିଭାର ଅଧିକାରୀ ତଥା ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ରଚିତ ବ୍ୟଙ୍ଗ କବିତା ପୁସ୍ତକ ‘ଏଇ ଭାରତ ଦେଶ’ ପାଠକାର୍ପିତ କରାଯାଇଥିଲା । ପୁସ୍ତକଟିକୁ ସୁଦର୍ଶନ ପଣ୍ଡା ସମୀକ୍ଷା କରିଥିଲେ । ଏହି ଉତ୍ସବରେ ସନେଇ ଶିଅଳ, ନେପାଳ ଚନ୍ଦ୍ର ଦାଶ, ଦୈତାରୀ ଦୀକ୍ଷିତ, ଶମ୍ଭୁନାଥ ମହାନ୍ତି, ସଦାନନ୍ଦ ପାଣିଗ୍ରାହୀ, ବିକାଶ ଚନ୍ଦ୍ର ଶତପଥି, ଡ. ପ୍ରତାପ କୁମାର ପଣ୍ଡା, ଲକ୍ଷ୍ମୀଧର ଖଟୁଆ, ଚତୁର୍ଭୁଜ ତ୍ରିପାଠୀ, ମରୁତ ଦାଶ ପ୍ରମୁଖ ବହୁ ସେବକ ଯୋଗ ଦେଇଥିଲେ । ଉତ୍ସବ ପ୍ରାରମ୍ଭରେ ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ଜଗନ୍ନାତଙ୍କ ସ୍ତୁତି ପାଠ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।