Odiapua.com

ଏଆଇସିସି ର ସାଧାରଣ ସମ୍ପାଦକ ତଥା ରାଜ୍ୟପ୍ରଭାରୀ ଡ ଏ ଚେଲ୍ଲାକୁମାର ଙ୍କୁ ଭଦ୍ରକରେ ଉଚ୍ଛୋତ୍ସିତ ସମ୍ବର୍ଦ୍ଧନା

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ସାଂସଦ ତଥା ଓଡ଼ିଶାର ରାଜ୍ୟ ପ୍ରଭାରୀ ଡଏ ଚେଲ୍ଲାକୁମାର ଆଜି ବାଲେଶ୍ୱର ଗସ୍ତ ଅବସରରେ ଭଦ୍ରକର ଚରମ୍ପା ଠାରେ ଯୁବ କଂଗ୍ରେସର ନେତା ବଳରାମ ରାଉତ(ଚିଲିକା) ଙ୍କ ନେତୃତ୍ୱରେ ଶତାଧୀକ ଯୁବକ ମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ବର୍ଦ୍ଧନା ଅବସରରେ ରାଜ୍ୟ ପ୍ରଭାରୀ ଶ୍ରୀ କୁମାର କହିଥିଲେ ଏ ଦେଶ ଓ ଓଡ଼ିଶାର ବିକାଶ କଂଗ୍ରେସ ସରକାର ସମୟରେ ହୋଇଥିଲା । ଦେଶରେ କୃଷି ଏବଂ କୃଷକର ଭିତ୍ତିମୂଳ ବିକାଶ ସହ ଜଳସେଚନ ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ପାଇଁ କଳକାରଖାନା ଓ ଶିଳ୍ପର ବିକାଶ ଅଭିବୃଦ୍ଧି ହୋଇଥିଲା । କିନ୍ତୁ ବର୍ତ୍ତମାନର ସରକାର ଏ ଶିଳ୍ପ ସଂସ୍ଥାକୁ ବିକ୍ରି କରିବା ଫଳରେ ଏ ରାଜ୍ୟର ଯୁବକମାନେ କାମ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଓଡ଼ିଶାରେ କଂଗ୍ରେସ କୁ ପୁନର୍ବାର କ୍ଷମତାକୁ ଫେରାଇ ଆଣିବାକୁ ହେଲେ ଯୁବକ ମାନଙ୍କର ପ୍ରମୁଖ ଭୂମିକା ରହିଛି । ଦଳ ଭିତରେ ଏକତାବଦ୍ଧ ଭାବରେ କାମ କରିବାକୁ ଶ୍ରୀ ପ୍ରଭାରୀ ପରାମର୍ଶ ଦେଇଥିଲେ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜ୍‌ବୁତ୍ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାରେ ସହ ସହଭାଗିତା ହୋଇ କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଭାରୀ ଶ୍ରୀ କୁମାର ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ଅବସରରେ ନାରୀନେତ୍ରୀ ଜ୍ୟୋତ୍ସ୍ନାରାଣୀ ପତି, ଯୁବନେତା କଳ୍ପତରୁ ପରିଡ଼ା (ବାପୁଜୀ), ସୂର୍ଯ୍ୟପ୍ରକାଶ ମହାନ୍ତି, ପୃଥୀରାଜ ନାୟକ, ସମ୍ବିତ୍ ସାମଲ, ସତ୍ୟଜିତ୍ ମହାନ୍ତି, ଦୀପକ ଦାସ, ସୁରେନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ମହାନ୍ତି, ଦିଲ୍ଲିପ ବିଶ୍ୱାଳ, ପ୍ରୀତମ୍ ପିନାକୀ ମହାନ୍ତି ସମେତ ଶତାଧିକ ଯୁବନେତା ଓ ଛାତ୍ରନେତା ମାନେ ଯୋଗ ଦେଇଥିଲେ ।