ବାରିପଦା ୭-୯ (ଓଡ଼ିଆ ପୁଅ) – ଏଆଇସିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ। ଏହି ଟିମ୍ରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଜିଲ୍ଲା ସଭାପତି ହେମନ୍ତ ଦାସ ଓ କଂଗ୍ରେସ କମିଟିର କର୍ମକତା ନେତୃମଣ୍ଡଳୀଙ୍କ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟି ଓ ବୈଶାଙ୍ଗୀ ବ୍ଲକର ବନ୍ୟାଂଚଳ ବୁଲି ଦେଖିଥିଲେ। ପ୍ରଭାବିତ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଚାଷ ଜମିର କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିଥିଲେ। ତାପରେ ଦିନ ୧୨ଘଂଟା ସମରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ନିତିକା ଭରଦ୍ୱାଜଙ୍କ ସାକ୍ଷାତ ଆଲୋଚନା କରିଥିଲେ। ଏହି ସମୟରେ ସହିତ ପ୍ରାକ୍ତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ମଧ୍ୟ ଆଲୋଚାନରେ ଭାଗନେଇଥିଲେ। ତାପରେ ବାରିପଦା ସହର ତଳି ଅଂଚଳ ୱାଡ଼ ନଂ ୭, ୮ ଓ ୯ ନମ୍ବର କେତେ ଅଂଚଳ ବୁଲି ଦେଖିବା ସହିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାର୍ବଜନୀନ ସମ୍ମିଳନୀର ଆୟୋଜନ କରାଯାଇଥିଲା ଉକ୍ତ ସମ୍ମିଳନୀରେ ଶ୍ରୀ ଜେନା ମୟୁରଭଞ୍ଜ ଜିଲ୍ଳାରେ ବନ୍ୟାପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଅନୁଦାର ବଂଚିତ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏହି ପାତର ଅନ୍ତର ବୋଲି ପ୍ରଦର୍ଶନ କରିଥିଲୁ। ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଭାଙ୍ଗିଯାଇଥିବା ଘରଗୁଡ଼ିକୁ ନିର୍ମାଣ ପାଇ ଆର୍ଥିକ ସାହାଯ୍ୟ ତୁରନ୍ତ ଯୋଗାଇ ଦେବାର ଦାବି କରିଥିଲେ। ଶ୍ରୀ ତାରା ପ୍ରସାଦ ବାହିନୀପତି ଗତ ଫାଇଲିନ୍ ସମୟରେ ବାରିପଦା ବାସୀଙ୍କୁ “ଆଡ଼ିବନ୍ଧ”ର ସ୍ୱପ୍ନ ଦେଖାଇ ଭୋଟ ନେବାପରେ ଭୂଲିଯାଇଥିବାରୁ କ୍ଷୋଭପ୍ରକାଶ କରିଥିଲେ। ଆଡ଼ିବନ୍ଧ ହେଲେ ବାରିପଦା ସହର ସୁରକ୍ଷିତ ରହିବ ଓ ସହରକୁ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ। କଂଗ୍ରେସ ସମୟରେ ହୋଇଥିବା ୟୁନିଭରସିଟିରେ ଅଧ୍ୟପକ ଓ ମେଡିକାଲ କଲେଜର ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନାହାନ୍ତି ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ବନ୍ୟା କ୍ଷୟକ୍ଷତିର ସଠିକ୍ ରିପୋର୍ଟ ନଦେଇ ସାହାର୍ଯ୍ୟ ନେଇ ବିଜେଡ଼ି ସଭାପତି ଭଳି କାର୍ଯ୍ୟକରୁଥିବାର ସମାଲୋଚନା କରିଥିଲେ। ଯଦି ମୟୁରଭଞ୍ଜର କ୍ଷୟକ୍ଷତିର ଠିକ ଆକଳନ ନ କରନ୍ତି ଏବଂ ୫୦କିଲୋ ଚାଉଳ ଓ ୫୦୦ ଟଙ୍କା ଦିଆ ନ ଯାଏ ତେବେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆନ୍ଦୋଳନ କରାଯିବା ସହିତ ଏକଥା ବିଧାନସଭାରେ ଉଠାଇବେ ବୋଲି ପ୍ରକାଶ କରିଥିଲେ। ସୁଶ୍ରୀ ସୁଶିଳାତିରିଆ ମଧ୍ୟ ଏଭଳି ପକ୍ଷପାତ ନିଷ୍ପତିର ପୁର୍ନବିଚାର ଓ ଆନ୍ଧବନ୍ଧ ଦାବି କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ପ୍ରଦୀପ ରଥ, ବରିଷ୍ଠ କଂଗ୍ରେସ ନେତା ବିଜନ କୁମାର ଦାସ, ବାରିପଦା ପ୍ରାକ୍ତନ ପ୍ରାର୍ଥୀ ଦଶରଥସିଂ ରାଜ୍ୟ ସଂପାଦକ ଯୋଗେଶ ଅଗ୍ରୱାଲା ପ୍ରାକ୍ତନ ଉପସଭାପତି, ଅରବିନ୍ଦ ଦାସ, ପୂର୍ବତନ ମନ୍ତ୍ରୀ ସରସ୍ୱତି ହେମ୍ବ୍ରମ, ଜ୍ୟୋତିପ୍ରକାଶ ରଥ ପ୍ରଦୀପ ମିକା, ମହିଳା ସଭାନେତ୍ରୀ, ସୁସ୍ମିତା ଘୋଷାଲ, ଇନ୍ଦୁମହାନ୍ତି, ଇତିଶ୍ରୀ ମିରା, ସାଧାରଣ ସଂପାଦକ ମୀନକେତନ ବେହେରା, ତୁଷାରକାନ୍ତ ବେହେରା, ଜୀବନ କୁମାର ବାରିକ୍, ଦୀପକ ଦାସ, ନିର୍ମଳା ପ୍ରଧାନ, ଶେକ୍ ମୁସ୍ତାଫା ଓ କୋଭିଡ-୧୯ ଜିଲ୍ଲଶ ସଂଯୋଜକ ଶ୍ରୀ ସାନ୍ତନୁପାଲ ପ୍ରମୁଖ ଯୋଗଦେଇଥିଲେ।