ନୂଆଦିଲ୍ଲୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ସହର ଉପରେ ଦିନକୁ ଦିନ ଅଧିକ ଆକ୍ରମଣ କରିଚାଲିଛି ଋଷ। ଇତି ମଧ୍ୟରେ ୟୁକ୍ରେନର ଦେଶପ୍ରେମୀ ସ୍ୱେଚ୍ଛାସେବୀମାନେ ମଧ୍ୟ ଅହରହ ପରିଶ୍ରମ କରି ଉଦ୍ଧାରକାର୍ଯ୍ୟ କରିଚାଲିଛନ୍ତି। ସେମାନେ କେବଳ ଲୋକଙ୍କୁ ନୁହେଁ ପଶୁମାନଙ୍କୁ ମଧ୍ୟ ବଞ୍ଚାଇବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି।
ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ପରାମର୍ଶଦାତା ଆଣ୍ଟୋନ୍ ଗେରେଶେଙ୍କୋଙ୍କ ଦ୍ୱାରା ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଟୁଇଟରେ ଗେରେଶେଙ୍କୋ ଉଦ୍ଧାରକାରୀମାନେ କେତେ ସ୍ୱେଚ୍ଛାରେ ଦେଶପ୍ରେମରେ କାର୍ଯ୍ୟ କରୁଛନ୍ତି ଏବଂ ଏକ କୁକୁର ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରି ତା’ର ଜୀବନ ବଞ୍ଚେଇ ଦେଇଛନ୍ତି। ଏହି ଭିଡିଓରେ ଦେଖାଯାଉଛିଯେ, ଋଷର ଆକ୍ରମଣରେ ଆବର୍ଜନା ତଳେ ପୋତି ହୋଇଥିଲା ଏହି କୁକୁର ଛୁଆଟି କିନ୍ତୁ, ଉଦ୍ଧାରକାରୀମାନେ ତାକୁ ଉଦ୍ଧାର କରି ମାଲିକକୁ ଫେରାଇବାରେ ସକ୍ଷମ ହୋଇଛନ୍ତି। ଏବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ୧ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ଯୁଦ୍ଧ ମଧ୍ୟରେ ସାହସ ବାନ୍ଧି ଜୀବନ ରକ୍ଷା ପାଇଁ ଉଦ୍ୟମ ପାଇଁ ସାରା ବିଶ୍ୱରେ ଲୋକମାନେ ଉଦ୍ଧାରକାରୀଦଳକୁ ପ୍ରଶଂସା କରୁଛନ୍ତି।
A village on Donbas was shelled by Russia and a puppy was under the debris. Rescuers were able to save him and give him back to the owner (who himself narrowly escaped death from shelling). Rescue services work 24/7 doing the hardest work and saving lives.#UkraineUnderAttaсk pic.twitter.com/skbX6I4MDg
— Anton Gerashchenko (@Gerashchenko_en) April 13, 2022