Odiapua.com

ଋଥଯାତ୍ରାରେ ଭଜନ ପୁସ୍ତକ ଉନ୍ମୋଚିତ

ନୟାଗଡ଼, ୧୬ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ପବିତ୍ର ରଥଯାତ୍ରା ଅବସରରେ ଗୀତିକାର ଶରତ ପାତ୍ରଙ୍କ ଶ୍ରୀଜଗନ୍ନାଥଙ୍କ ଭଜନମାଳା ଉନ୍ମୋଚିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଧାରା ବିବରଣୀ ମଣ୍ଡପଠାରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅନୁବାଦକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଡ.ପ୍ରମୋଦ କୁମାର ନାୟକ. କବି କମଳ ଦାସ ଉପସ୍ଥିତ ହୋଇ ଏହି ଭଜନକୁ ଉନ୍ନୋଚିତ କରିଥିଲେ। ପୂର୍ବରୁ ଗୀତିକାର ଶରତ ପାତ୍ରଙ୍କ ଭଜନ ସିଡି କାଳିଆ କରୁଣା ବେଶ୍ ଲୋକପ୍ରିୟ ହୋଇ ପାରିଥିବାବେଳେ ସମ୍ପ୍ରତି ସ୍ଥାନୀତ ନବେ ଗୋଟି ଭଜନ ସମସ୍ତଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ।