Odiapua.com

ଋଣ ନେଇ ବେଟିଂ, ବିପୁଳ ଅର୍ଥ ହାରିବା ପରେ ମାଆପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା ୭-୫ (ଓଡ଼ିଆ ପୁଅ) ରାୟଗଡ଼ାଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ବିଷ ପିଇ ମାଆ ପୁଅ ଆତ୍ମହତ୍ୟା କରିଥିବା ଖବର ଆସିଛି। ତେବେ ରାୟଗଡ଼ା ଜିଲ୍ଲା ସେଶଖାଲ ଥାନା ଅନ୍ତର୍ଗତ ଝିମିଡ଼ିପେଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଖବର ଅନୁଯାୟୀ, ଆଇପିଏଲ ବେଟିଂରେ ବିପୁଳ ଅର୍ଥ ବାକି ଥିବା କାରଣରୁ କିଛି ଦୁର୍ବୃତ୍ତ ସେମାନଙ୍କୁ ଧମକ ଚମକ ଦେବା ସହ ଘରର ଆସବାପତ୍ର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ଋଣ ଭାର ସହିନପାରି ମାଆପୁଅ ଆତ୍ମହତ୍ୟା କରିଛନ୍ତି। ସେମାନେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ତେବେ ଘଟଣାସ୍ଥାଳରେ ପୋଲିସର ଛାନଭିନ୍ ଜାରି ରଖିଛି। ଅପର ପକ୍ଷରେ ଦୁଇଜଣଙ୍କର ମୃତ୍ୟୁ ଘଛି। ରାତିରେ ପୁଅର ମୃତ୍ୟୁ ଘୋଷଣା କରିଥିବା ବେଳେ ସକାଳେ ମାଆକୁ ମୃତ ବୋଲି ଘୋଷଣା କରିଛନ୍ତି ଡାକ୍ତର।