Odiapua.com

ଋଣଭାର ସହ ୩ କନ୍ୟା ସନ୍ତାନଙ୍କ ଭରଣପୋଷଣ ଚିନ୍ତାରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ

ବଡ଼ବିଲ, ତା ୨୯ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ସୋସୋ ଥାନା ସଙ୍ଗମ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାର ସାଙ୍ଗକୁ ତିନି ଝିଅଙ୍କ ଭରଣ ପୋଷଣ ଦୁଃଖରେ କିଛି ଚାରା ନପାଇ ଆତ୍ମହତ୍ୟା କଲେ ଚଗୁଲୁ ମହାରଣା। ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଗ୍ରାମରେ ଯେଉଁ ଗ୍ରୁପ ଲୋନ ଦେଉଛି ସେମାନଙ୍କ ଠାରୁ ୪ଟି ଲୋନ୍ କରିଥିଲେ ଚଗୁଲୁ। ଅନେକ ଅଭାବ ଅନଟନ ମଧ୍ୟରେ ରହୁଥିବା ବେଳେ ତିନୋଟି ଝିଅଙ୍କ ଭରଣପୋଷଣ ଚିନ୍ତା ବଢି ଯାଉଥିଲା। ଶେଷରେ କିଛି ଉପାୟ ନପାଇ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ ଚଗୁଲୁ। ସକାଳୁ ଘରୁ ବାହାରି ଯାଇ ଗୋଟିଏ ଗଛରେ ରସି ଲଗାଇ ଆତ୍ମହତ୍ଯା କରିଛନ୍ତି। ଘଟଣାର ଖବର ପାଇ ସୋସୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।