Odiapua.com

ଉର୍ଦ୍ଦୁ ଏକାଡେମୀ ଦ୍ୱାରା ରାଜ୍ୟସ୍ତରୀୟ ଉର୍ଦ୍ଦୁ ପ୍ରବନ୍ଧ ପ୍ରତିଯୋଗିତା

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ଦ୍ୱାରା ରାଜ୍ୟସ୍ତରୀୟ ଉର୍ଦ୍ଦୁ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଂପାଦକ ଡଃ ମୁଶୀର ଆରମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ସାମଲ, ଜୈବବିଜ୍ଞାନର ବରିଷ୍ଠ ପ୍ରଧ୍ୟାପକ ଡଃ ଦୁର୍ଗାପ୍ରସନ୍ନ ଦାସ, ରାଜ୍ୟ ପ୍ରାଥମିକ ଶିକ୍ଷକ ନେତା ତବରେଜ ଖାନ, ଜାବେଦ ଅଖତରଙ୍କ ସହ ପ୍ରାୟ ୧୫୦ରୁ ଉର୍ଦ୍ଦ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ । ଏହି ଉତ୍ସବରେ ମାନ୍ୟବର ଭଦ୍ରକ ବିଧାୟକ ଭୁବନେଶ୍ୱରରୁ ଭିଡ଼ିଓ କଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଉର୍ଦ୍ଦୁ ଭାଷାର ଉନ୍ନତି ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।