Odiapua.com

ଉମିଦ ଫାଉଣ୍ଡେସନ ପକ୍ଷରୁ ମାନବ ସେବା

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଉମିଦ୍ ଫାଉଣ୍ଡେସନ ପକ୍ଷରୁ ଏକ ମାନବ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ସଙ୍ଗଠନ ମୁଖ୍ୟ ଉପଦେଷ୍ଟା ତଥା ଯୁବ ଉଦ୍ୟୋଗୀ ଜିତେନ ପରିଡ଼ାଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ସଦସ୍ୟ ମାନେ ଗୌରବମୟ ପବିତ୍ର ଐତିହାସିକ ଗୋହିରା ଟିକିଲି ପୀଠ ପରିଦର୍ଶନ କରିଥିଲେ।ଏହାପରେ କୋରିଗାଁ ପଂଚାୟତ ନାଉରିଗଡ଼ିଆ ଗ୍ରାମରେ ସମସ୍ତ ସଦସ୍ୟ ପହଂଚି ଦୀର୍ଘ ବର୍ଷ ହେବ ସ୍ନାୟୁ ରୋଗରେ ପୀଡିତ ପ୍ରଶାନ୍ତ ଥାଟୋଇଙ୍କୁ ସାକ୍ଷାତ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ôଥକ ସହାୟତା ପ୍ରଦାନ କରିଥିଲେ।ସେହିଭଳି ଶଯ୍ୟାଶାୟୀ କ୍ଷମାନିଧି ସାମଲଙ୍କୁ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିବା ବେଳେ ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ସଦସ୍ୟ ମାନେ ପ୍ରାର୍ଥନା କରିଛନ୍ତି। ଆୟୋଜିତ ମାନବ ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର ବାରିକ, କୋଷାଧ୍ୟକ୍ଷ ପ୍ରଣୟ ପ୍ରସାଦ ସାମଲ, ଅନ୍ୟତମ ବରିଷ୍ଟ ଉପଦେଷ୍ଟା ଜଗତ ଜୀବନ ବାରିକ,ବିରଂଚି ବେହେରା, ଆକାଶ ଆଦିତ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।