Odiapua.com

ଉମିଦ ପରିବାର ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଗ୍ରାମର ଅଗ୍ନିବିପନ୍ନ ଚୌଧରୀ ଜେନା ଓ ନୃସିଂହ ଜେନାଙ୍କୁ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଉମିଦ ପରିବାର ପକ୍ଷରୁ ଆଜି ସହାୟତା ପ୍ରଦାନ କରାଯାଇଛି । ସଙ୍ଗଠନର ସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ରାଜେଶ କୁମାର ବାରିକ, ଉପଦେଷ୍ଟା ରାଜକିଶୋର ଜେନା, ଦେବେଶ ସାମଲ, ପ୍ରଣୟ ସାମଲ, ଗଜେନ୍ଦ୍ର ଜେନା, ସୁଦର୍ଶନ ରାଉତ, ଦିଲ୍ଲିପ ପୃଷ୍ଟି, ଉମେଶ ସ୍ୱାଇଁ ପ୍ରମୁଖ ଶୁଖିଲା ଖାଦ୍ୟ ସମେତ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ ।