Odiapua.com

ଉମିଦ୍ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉମିଦ୍ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ପରାମର୍ଶ ଦାତା ସ୍ୱର୍ଗତଃ ବୈଦନାଥ ସାହୁଙ୍କ ଅକାଳ ନିଧନ ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ଶିବିରକୁ ଭଣ୍ଡାରିପୋଖରୀ କଲେଜ୍ ର ଅଧ୍ୟାପକ ଭରତ ଚଦ୍ର କରଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଅଗ୍ନିଶମ ବିଭାଗ ଅଧିକାରୀ ସୌରଭ ରାଉତ୍‌,ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ପବନ କୁମାର୍ ନାୟକ ଯୋଗ ଦେଇଥିଲେ।ସଙ୍ଗଠନର ସଭାପତି ଅକ୍ଷୟ କୁମାର ସାହୁ,ସମ୍ପାଦକ ରାଜେଶ୍ କୁମାର ବାରିକ, କୋଷାଧ୍ୟକ୍ଷ ପ୍ରଣୟ ସାମଲ,ଉପଦେଷ୍ଟା ଯୁଗଧର୍ମ ବେହେରା,ପ୍ରଦୀପ ନାୟକ,ପ୍ରଭାତ ସାମଲ, ଜଗତ୍ ଜୀବନ ବାରିକ୍‌,ଜିତେନ୍ ପରିଡ଼ା, ସୁଧାଂଶୁ ପାଢ଼ୀ, ଆକାଶ ଆଦିତ୍ୟ ବେହେରା,ବିଜୟ ପରିଡା,ମଧୁମିତା ପଲାଇ, ଦୀପାଶିଖା ନାୟକ,ସନ୍ଦୀପ ରାଉତ, ଉମେଶ ସ୍ୱାଇଁ, ସୁଦର୍ଶନ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭଦ୍ରକ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ୨୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ସମସ୍ତ ରକ୍ତ ଦାତାଙ୍କୁ ସାର୍ଟିଫିକେଟ ଏବଂ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସ୍ୱର୍ଗତଃ ସାହୁଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ଏକ ନୀରବ ପ୍ରାର୍ଥନା ସହିତ ସମାଜ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ସମସ୍ତ ସଭ୍ୟ ସଭ୍ୟା ସ୍ମୁତି ଚାରଣ କରିଥିଲେ। ବରିଷ୍ଟ ସଦସ୍ୟ ବିରଂଚି ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।