Odiapua.com

ଉମାକାନ୍ତ ମେମୋରିଆଲ ଟି୨୦ କ୍ରିକେଟ , ଫ୍ୟୁରିୟସ୍ ଆଟାକ୍ ଭଦ୍ରକ ବିଜୟୀ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ପାଞ୍ଚପଡା ଗ୍ରାମରେ ଉମାକାନ୍ତ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇ ଯାଇଛି । ଉଦ୍‌ଘାଟନୀ ମ୍ୟାଚ ବନ୍ଧଗାଁ ବଜରଙ୍ଗବାଲି କ୍ରିକେଟ ଟିମ୍ ଓ ଭଦ୍ରକର ଫ୍ୟୁରିୟସ ଅଟାକ୍ ଟିମ ସହିତ ଖେଳାଯାଇଥିଲା । ବନ୍ଧଗାଁ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୧୦୫ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ । ଦଳ ପକ୍ଷରୁ ମାନସ ମଲ୍ଲିକ ସର୍ବାଧିକ ୩୮ ରନ କରିଥିବା ବେଳେ ଭଦ୍ରକ ପକ୍ଷରୁ ରୀତିକ ସାହୁ ୫ ଉଇକେଟ ନେଇଥିଲେ । ୧୦୬ ରନ୍‌ର ପିଛା କରି ଭଦ୍ରକ ଦଳ ୧୦ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ରୀତିକ ସାହୁ ୫୮ ରନ କରି ଦଳକୁ ବିଜୟୀ କରିଥିଲେ । ରୀତିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାରୀନେତ୍ରୀ ମନସ୍ମିତା ଖୁଣ୍ଟିଆ ଯୋଗ ଦେଇ ଯୁବ କ୍ରିକେଟିୟର ଉମାକାନ୍ତଙ୍କ ସ୍ମୃତିରେ ସ୍ଥାନୀୟ ଯୁବକମାନେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ରାମଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଆଜିର ଖେଳକୁ ଅନିଲ ମହାନ୍ତି ଏବଂ ରବୀନ୍ଦ୍ର କୁମାର ମହାନ୍ତି ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।