Odiapua.com

ଉପ-ନିର୍ବାଚନରେ ବିଜେଡିର ଦୁର୍ବଳ ସ୍ଥିତିରେ ବିବ୍ରତ ସ୍ୱରୂପ : ଫେଲ୍ ମାରିବ କି ବବିଙ୍କ ଡିଜିଟାଲ ଅପରେଟିଂ ସିଷ୍ଟମ୍ – ଗୋଟିଏ ଗୁଳିରେ ଦୁଇଟି ଶିକାର ଅପେକ୍ଷାରେ ଜୀବନ

ବାଲେଶ୍ୱର, ୧୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ଶାସକ ଦଳର ବହୁ ଟାଣୁଆ ଓ କ୍ଷମତାଶାଳୀ ନେତା ଏବେ ବାଲେଶ୍ୱରରେ ଡେରା ପକାଇଥିଲେ ବି ସଦର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ନିଜର ଦୁର୍ବଳ ସ୍ଥିତି ଓ କ୍ଷୀଣ ବିଜୟ ଆଶାକୁ ନେଇ ଅତ୍ୟନ୍ତ ହତୋତ୍ସାହ ହୋଇ ପଡ଼ିଛନ୍ତି। ସମ୍ପ୍ରତି ରାଜ୍ୟର ତୃତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ପ୍ରଣୟ ପ୍ରକାଶ ଦାସ(ବବି ଦାସ) ବିଶାଳ ସେନା ସହ ଏବେ ବାଲେଶ୍ୱରରେ ରହି ନିର୍ବାଚନ ପରିଚାଳନା କରୁଥିଲେ ମଧ୍ୟ ପ୍ରଚାରର ଧାରା ଓ ଗତି ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ନେଇ ବିଶେଷ ଆଶାବାଦୀ ହୋଇପାରୁ ନାହାନ୍ତି ଦଳୀୟ କର୍ମୀ। ଚଳିତ ଉପ-ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ଅନୁଧ୍ୟାନ କରିବା ତଥା କର୍ମୀ ଓ ଛାମୁଆଙ୍କ ସହ ସିଧାସଳଖ ସମ୍ପର୍କ ରଖିବା ପାଇଁ ନୋସି ବିଜିନେସ ପାର୍କରେ ବିଜେଡି ଏବେ ଡିଜିଟାଲ ଅପରେଟିଂ ସେଣ୍ଟର ଖୋଲିଛି। ଏଥି ସହିତ ବାଲେଶ୍ୱର ସହର, ରେମୁଣା ଗୋଲେଇ ଓ ଚାନ୍ଦିପୁର ଅଞ୍ଚଳର ଏକାଧିକ ହୋଟେଲ ମଧ୍ୟ ବିଜେଡିର ଶାଖା ପାର୍ଟି ଅଫିସ ହୋଇଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ବଜେଡି ନେତାଙ୍କ ସମେତ ଏକାଧିକ ବିଧାୟକ, ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ନେତା ପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରାଜ୍ୟସ୍ତରୀୟ ନେତାମାନେ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୌରାଞ୍ଚଳ ଓ ଗ୍ରାମ ପଞ୍ଚାୟତର ୱାର୍ଡ଼ ସ୍ତରରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବାହାଘର ବେଳେ ବାଇଗଣ ଗଛ ଲଗାଇବା ଭଳି ବିଜେଡିର ତୃଣମୂଳ ସ୍ତରୀୟ ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ପ୍ରଚାର ଟିମ୍‌ଗୁଡ଼ିକର ରିମୋର୍ଟ ବବିଦାସ ଧରିଥିବା କୁହାଯାଉଛି। ନିଜର ସ୍ୱାଭିମାନ ଓ ରାଜନୈତିକ ଭବିଷ୍ୟତ ସାଙ୍ଗକୁ ଦଳର ଗାରିମା ରକ୍ଷା ପାଇଁ କଳ ବଳ ଓ କୌଶଳ ସବୁକିଛି ପ୍ରୟୋଗ କରି ଚଳିତ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ସେ ପଣ କରିଛନ୍ତି। ଏମିତିକି ଯାହା ହାତରେ ୨/୪ଖଣ୍ଡ ବି ଭୋଟ ଅଛି ଏବଂ ସେ କିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟ କରିବ, ସେନେଇ ସବୁ ପ୍ରକାର ପ୍ରଚେଷ୍ଟା କରାଯାଉଛି। ସମ୍ପୂର୍ଣ୍ଣ ଡିଜିଟାଲ ମେଥଡ଼ରେ ବିଜେଡି ଏହି ଉପ-ନିର୍ବାଚନରେ ପ୍ରଚାର ଚଳାଇଥିଲେ ବି ଦଳୀୟ କର୍ମୀମାନେ ସ୍ୱରୂପ ଦାସଙ୍କ ଜିତିବାକୁ ନେଇ ଆଶାବାଦୀ ହୋଇପାରୁ ନାହାନ୍ତି। ଦୀର୍ଘଦିନ ଧରି ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଥିବା ସ୍ୱରୂପ ଦାସଙ୍କର ସେଭଳି କିଛି ନିଜସ୍ୱ ଭାବମୂର୍ତ୍ତି ବି ନାହିଁ, ଯାହା ପକେଟ୍ ଭୋଟ ତିଆରିରେ ସହାୟକ ହେବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ ଭରସା କରି ଗତ ସାଧାରଣ ନିର୍ବାଚନରେ ଆସିକା ସଂସଦୀୟ କ୍ଷେତ୍ରରେ ପ୍ରମିଳା ବିଶୋଇଙ୍କ ଭଳି