ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଉପ ନିବନ୍ଧକ କାର୍ଯ୍ୟାଳୟର କର୍ମଚାରୀ ଅଜୟ କୁମାର ନାଥ ( ୫୬)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ତିହିଡି ଏନଏସି ଅଧୀନ ହରିପୁର ଗ୍ରାମର ଅଜୟଙ୍କ ଘର ବୋଲି ଜଣାଯାଇଛି। କିଛିଦିନ ପୂର୍ବେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଜଣେ ସଚ୍ଚୋଟ, କର୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସୁପରିଚିତ ଥିଲେ । ତାଙ୍କ ବିୟୋଗ ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ତାଙ୍କ କାର୍ଯ୍ୟସ୍ଥଳ ଉପ ନିବନ୍ଧକ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ଉପନିବନ୍ଧକ ମନୋଜ କୁମାର ବେହେରା, ବରିଷ୍ଠ କିରାଣୀ ହରିଶ କୁମାର ମାରାଣ୍ଡି, କର୍ମଚାରୀ ରଙ୍ଗାଧର ମଲ୍ଲିକ, ବର୍ଷା ଦାସ, ରୀନା ବାରିକ, ପ୍ରଭାତ ପାତ୍ର ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ତାଙ୍କ ମର ଶରୀରକୁ ହରିପୁର ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।ବଡ଼ପୁଅ କିରଣ କୁମାର ନାଥ ମୁଖାଗ୍ନି ଦେଇଥିଲେ ।