Odiapua.com

ଉପହାରରେ ନୁହେଁ,ସରେଣ୍ଡର କରାଯାଇଥିଲା କୋହିନୂର!

ଭୁବନେଶ୍ୱର;୧୬,ଅକ୍ଟୋବର:ଉପହାରରେ ନୁହେଁ,ସରେଣ୍ଡର କରାଯାଇଥିଲା କୋହିନୂର!ଭାରତୀୟ ପୂରାତନ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ସୂଚନା ଅଧିକାର(ଆରଟିଆଇ)ର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କୋହିନୂର ହୀରା ବ୍ରିଟିଶ ମହାରାଣୀ ବିକ୍ଟୋରିଆଙ୍କୁ ଉପହାର ସ୍ୱରୂପ ଦିଆ ଯାଇନଥିଲା।ବରଂ ମହାରାଜା ଦିଲ୍ଲୀପ ସିଂହ ତାହା ସରେଣ୍ଡର କରିଥିଲେ।ଯିଏ ସେ ସମୟରେ ନାବାଳକ ଥିଲେ।ଏଏସଆଇର ଜବାବ କେନ୍ଦ୍ର ସରକାରଙ୍କ ଜବାବର ସଂପୂର୍ଣ୍ଣ ବିପରୀତ,ଯାହା କେନ୍ଦ୍ର ସରକାର ୨୦୧୬ରେ ସୁପ୍ରିମକୋର୍ଟରେ ପ୍ରଦାନ କରିଥିଲେ।/ଦେବଦତ୍ତ