ନୟାଗଡ/୨୮/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଉପର ମଣନାଗ ପୀଠ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଉପର ମଣିନାଗ କୁ ଦର୍ଶନ ପାଇଁ ଆସିଥାନ୍ତି । ଉପର ମଣନାଗ ପୀଠରେ ସେଲ୍ଫି ଓ ଫଟୋଗ୍ରାଫି ର ଦୃଶ୍ୟ ଏକ ନିଆରା ଆକର୍ଷଣ ା ଏହି ଉପର ମଣିନାଗ ରାସ୍ତାର ପଞ୍ଚମ ଥାକରେ କିଛି ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ମହିଳା ମାନେ ଗଛରୁ ଫୁଲ ତୋଳୁଥିବା ବେଳେ ଗଛ ମୂଳରେ ଏକ ତ୍ରୀଶୁଳ ଓ ମର୍ତ୍ତିର ଭଗ୍ନାଶ ଦେଖିବାକୁ ପାଇଥିଲେ ।
ସେ ସମୟରେ କୌଳାଶ ଚନ୍ଦ୍ର ରଥ ନାମକ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିବା ବେଳେ ସେ ମଧ୍ୟ ଏହି ଭଙ୍ଗା ମୁର୍ତ୍ତି ଓ ତ୍ରୀଶୁଳ କୁ ଦେଖିଥିଲେ । ସେ ଏହା କୌଣସି ମନ୍ଦିର ର ମୁର୍ତ୍ତି ଭାବି ତଳ ମଣିନାଗ ଙ୍କ ନିକଟକୁ ଆଣିଥିଲେ । ସେଠାରେ ମଣିନାଗ କମିଟି କୁ ତ୍ରୀଶୁଳ ଓ ମୁର୍ତ୍ତି ର ଭାଙ୍ଗିଥିବା ଅଂଶ କୁ ଦେଇଥିଲେ । ଏହି ଭଙ୍ଗା ମୁର୍ତ୍ତି ଓ ତ୍ରୀଶୁଳ ପିତ୍ତଳ ରେ ନିର୍ମିତ ବୋଲି ସନ୍ଦେହ କରାଯାଉଛି । ରାସ୍ତାରେ ଏଭଳି ଜିନିଷ ମିଳିବା ଦେଖି ସନ୍ଦେହ ଜାତ ହେଉଛି । କୌଣସି ଦୁବୃତ୍ତ ମନ୍ଦିର ରୁ ଚୋରି କରି ଏହିଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାଟି ରଣପୁର ଅଂଚଳରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।