Odiapua.com

ଉପଭୋକ୍ତାଙ୍କୁ କନ୍ଦାଉଛି ଏୟାରଟେଲ୍ ଓ ଜିଓ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ଅଂଚଳର ଦୀର୍ଘ ମାସ ଧରି ନେଟୱାର୍କ କମ୍ପାନୀ ଏୟାରଟେଲ୍ ଓ ଜିଓ ଉପଭୋକ୍ତା ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଆଗରପଡା ବଜାର ଓ ନିକଟସ୍ଥ ପ୍ରତି ଗ୍ରାମ ମାନଙ୍କରେ ବିଭିନ୍ନ କମ୍ପାନୀର ଟାୱାର ମାନ ବସା ଯାଇଥିଲେ ସୁଦ୍ଧା ନେଟୱାର୍କ ଟାୱାର ନରହିବାରୁ କୌଣସି ଅନ୍ ଲାଇନ୍ କାମ କିମ୍ବା ଭଏସ୍ କଲ୍ କରିବାରେ ବ୍ୟାଘାତ ସୃଷ୍ଟି ହେଉଛି । ଆଗରପଡା ତଥା ଏହାର ଆଖପାଖ ଅଂଚଳରେ ୯୦ ପ୍ରତିଶତ ଉପଭୋକ୍ତା ଏୟାରଟେଲ୍ ଓ ଜିଓ ସହିତ ଜଡିତ ଥିବା ବେଳେ ୧୦ ପ୍ରତିଶତ ଉପଭୋକ୍ତା ବିଏସ୍‌ଏନଏଲ ସହିତ ଜଡିତ ଅଛନ୍ତି । ଏହି ଅଂଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଗଲେ ବି ଏସ ଏଲ୍ ନେଟୱାର୍କ ଆପାଣା ଛାଏଁ ବନ୍ଦ ହୋଇଯାଏ । ଠିକ୍ ସେମିତି ଏୟାରଟେଲ୍ ଓ ଜିଓ ଘର ଭିତରେ ନେଟୱାର୍କ ରହିବା ତ ଦୂରର କଥା ଟାୱାର ପାଖରେ ଥାଇ କଲ୍ ନ ଲାଗିବା, ନେଟୱାର୍କ ନ ରହିବା କିମ୍ବା ନେଟ୍ ନ ଚାଲିବା ଆଦି ସମସ୍ୟା ଦୀର୍ଘମାସ ଧରି ହୋଇ ଆସୁଛି । ଯେଉଁଥିପାଇଁ ଉପଭୋକ୍ତା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସର୍ମ୍ପକରେ ଏୟାରଟେଲ୍‌, ଜିଓ ସିମ୍ ବିକ୍ରୟ କାରୀ ଅଫିସରେ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ କିମ୍ବା ଏହାର ଏହାର ସମାଧାନ ପାଇଁ ବିଭାଗ ପକ୍ଷରୁ ଇଚ୍ଛା ପ୍ରକଟ୍ଟ କରୁ ନଥିବା ଜଣା ପଡିଛି । କେବଳ ସିମ୍ ବିକ୍ରୀ ଓ ରିଚାର୍ଜ କରିବାରେ ବ୍ୟସ୍ତ ରହୁଛନ୍ତି କମ୍ପାନୀ କର୍ମଚାରୀ ଓ ରିଟେଲର । ପ୍ରତିଦିନ ଉପହାରର ଲୋଭ ଦେଖାଇ ପ୍ରତି ଛକରେ ଆମ ନେଟୱର୍କ ଏକ ନମ୍ବର କହି ଲୋକଙ୍କୁ ଭକୁଆ ବନାଇ ସିମ୍ ବିକ୍ରୀ କରାଯାଉଥିବା ବେଳେ କ୍ରମଶଃ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଉଛି ।