Odiapua.com

ଉପନିର୍ବାଚନ ବେଳେ ଉତ୍ତେଜନା;ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କଲା ଲାଠି ଚାର୍ଜ

ବାଲେଶ୍ୱର୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ୱର ଜିଲ୍ଲା ଭୋଗରାଇରେ ପଞ୍ଚାୟତ ଉପନିର୍ବାଚନ ବେଳେ ଉତ୍ତେଜନା ହେବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚ ଲାଠି ଚାର୍ଚ୍ଚ କରିବା ସୂଚନା ମିଳିଛି। ଭୋଗରାଇରେ ସରପଞ୍ଚ ଉପନିର୍ବାଚନ ପରେ ଭୋଟ ବାକ୍ସ ଠିକ୍ ଭାବେ ସିଲ୍ ହୋଇନଥିବାକୁ ନେଇ ଅଭିଯୋଗ ହୋଇଥିବା ପରେ ଏହାକୁ ନେଇ ପାର୍ଥିଙ୍କ ସମର୍ଥକଙ୍କ ମଧ୍ୟରେ ଉର୍ତ୍ତେଜନା ଦେଖିବାକୁ ମିଳିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି।