Odiapua.com

ଉପନିର୍ବାଚନ ପୂର୍ବରୁ ଡ଼ିଜିଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ

ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ କୁ ଆଉ ରହିଲା ଦିନ କେଇଟା । ୨୧ ତାରିଖରେ ଅନୁଷ୍ଠିତ ହେବ ବିଜେପୁର ଉପନିର୍ବାଚନ ଓ ଆଜିଠୁ ପ୍ରଚାର ମଇଦାନ ଜୋର ଧରିବ । ତେବେ ନିର୍ବାଚନ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ର ସ୍ଥିତି ଅନୁଧ୍ୟାନ ସ୍ବରୂପ ଏକ ବୈଠକ ପୋଲିସ ଡିଜି ବିଜୟ କୁମାର ଶର୍ମା । ଏହି ବୈଠକରେ ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ୬ଜଣ ଏସପି, ଏଡିଜି ଆଇନ ଶୃଙ୍ଖଳା, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି ସ୍ପେଶାଲ ବ୍ରାଞ୍ଚ, ବିଏସଏଫ ଆଇଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।