Odiapua.com

ଉପଜିଲ୍ଲାପାଳ ଅସହାୟ ଭିନ୍ନକ୍ଷମ ମହିଳାଙ୍କ ଥଇଥାନ ପ୍ରତିଶ୍ରୁତି ଦେଲେ

ବଲାଙ୍ଗୀର ୧୫-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ରେ ବିମଳା ନାଗଙ୍କ ୨୦ ବର୍ଷୀୟ ପୁଅ ବବଲୁ ବାଗ ର ମୃତ୍ୟୁ ଘଟିଥିଲା। ପ୍ରକାଶ ଯେ, ଉକ୍ତ ଯୁବକର ହତ୍ୟା, ନାଁ ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରିସର ଭୁକ୍ତ ରହିଛି। ହେଲେ ଗତ ମାସ ୧୩ ତାରିଖରେ ଏକ ମାତ୍ର ରୋଜଗାର କ୍ଷମ ପୁଅର ମୃତ୍ୟୁ ପରେ ଜଣେ ଶାରୀରିକ ଭିନ୍ନକ୍ଷମ ମହିଳା ଅର୍ଦ୍ଧାହାରରେ ଦୟନୀୟ ଅବସ୍ଥାରେ ଥିବା ଓ ତାଙ୍କୁ ଭଡା ଘରୁ ବାହାର କରିଦେବା ପରେ ସେ ଡାକ୍ତରଖାନାରେ ଆଶ୍ରୟ ନେଇଛନ୍ତି। ତାଙ୍କ ନିକଟରେ ରାସନ କାର୍ଡ ଟିଏ ନ ଥିବା ଅବା ଅନ୍ୟ କେହି ସାହା, ଭରସା ନ ଥିବା ବେଳେ ଜନସେବା ସଙ୍ଘ ତରଫରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେସ ଉପାଧ୍ୟୟ ଙ୍କ ନିକଟରେ ଲିଖିତ ଆବେଦନ ପତ୍ର, ପ୍ରଦାନ କରାଯାଇଛି। ତେବେ ଏ ନେଇ ତା’ର ସମସ୍ତ ସରକାରୀ ସୁବିଧା, ସୁଯୋଗ ସହ ଥଇଥାନ କରିବା ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଜନସେବା ସଙ୍ଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।