Odiapua.com

ଉପଜିଲ୍ଲାପାଳଙ୍କ ଜବର ଦଖଲ ଉଛେଦ ନେଇ ଉଚ୍ଚ ସ୍ତରୀୟ ନିର୍ଦ୍ଦେଶ ସହ ଚାପ ପ୍ରୟୋଗକୁ ଖାତିର କଲେନି

ବଲାଙ୍ଗୀର,୧୫-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନ ଅଞ୍ଚଳ ତଥା ଟିଟିଲାଗଡ଼ ସହରାଞ୍ଚଳରେ ବେଆଇନ ଜବର ଦଖଲ ଉଛେଦ ଚାଲିଥିବା ବେଳେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ମନ୍ତ୍ରୀ ସ୍ତରୀୟ ତଥା ଓଡିଶା ସରକାରଙ୍କ ଗୁରୁ ଦାଇତ୍ୱ ରେ ରହିଥିବା ପ୍ରଶାସନିକ ସ୍ଥାନୀୟ ପ୍ରଶାସନିକ ଅଧିକାରୀ କେତେକ ବ୍ୟବସାୟୀକ ପ୍ରତିଷ୍ଠାନ ଉଛେଦ ନ କରିବାକୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଉପଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶ ନ ମାନି ବଡ, ବଡ଼ ବେଆଇନ ବ୍ୟବସାୟୀକ ପ୍ରତିଷ୍ଠାନ ଭାଙ୍ଗିବା ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଜୋର ଧରିଛି। ଏପରି କି ଉକ୍ତ ସହର ର ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ସହ ବିଭିନ୍ନ ପ୍ରକାର ସମସ୍ୟା ଗୁଡିକ ର ସମାଧାନ ଜୋର ସୋର ରେ ଉପଜିଲ୍ଲାପାଳ କରିଚାଲିଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।