Odiapua.com

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଦୋକାନରେ ନିଆଁ, ଲୋକେ ଦେଖି ଛାନିଆ

ମାଲକାନଗିରି, ୨୦ା୩ (ଓଡିଆ ପୁଅ) ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଂଗ୍ରେସ ଦଳ ପକ୍ଷରୁ ଚିତ୍ରକୋଣ୍ଡା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଥିବା ସମୟରେ ହଟାତ ନିକଟରେ ଥିବା ଏକ ଦୋକାନ ଘରେ ନିଆଁ ଲାଗି ହୁତହୁତ ହୋଇ ଜଳିଥିଲା। ଏହାକୁ ଦେଖ ବାଟୋଇ ଓ ବଜାରରେ ଥିବା ଲୋକେ ଛାନିଆ ହୋଇଯାଇଥିଲେ। ସେଠାରେ ଥିବା କିଛି ପୁଲିସ, କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକେ ନିକଟରେ ଥିବା ନଳକୂପରୁ ପାଣି ଆଶି ନିଆଁକୁ ଲିଭାଇଥିଲେ। ହେଲେ ଉକ୍ତ ଚାଳିଆ ଦୋକାନ ଘରଟି ର ୫୦ଭାଗ ପୋଡି ଯାଇଛି। ସେହି ଦୋକାନଟି ରେ କିଛି ସାମଗ୍ରୀ ନଥିବାରୁ କେବଳ ଘରର ଚାଳପୋଡି ଯାଇଛି, ଏହି ନିଆଁକୁ ଆୟତ କରାଯାଇଥିବାରୁ ଆଖପାଖରେ ଥିବା ପ୍ରାୟ୫୦ଟି ଦୋକାନ ନିଆଁ ପ୍ରକୋପରୁ ଅଳ୍ପକେ ବର୍ତି ଯାଇଛି।