Odiapua.com

ଉପକୂଳ ଛୁଇଁବନି ବାତ୍ୟା

ଭୁବନେଶ୍ଵର,୦୬/୧୧,(ଓଡ଼ିଆ ପୁଅ ପି ନାୟକ):ଆସୁଥିବା ବାତ୍ୟାକୁ ନେଇ ଏବେ ସାରା ଓଡ଼ିଶାବାସୀ ଚିନ୍ତାରେ । ହେଲେ ଏହାକୁ ନେଇ ଓଡିଶାବାସୀଙ୍କୁ ଚିନ୍ତା କରିବାର ନାହିଁ । କାରଣ ସାମୁଦ୍ରିକ ଝଡ ‘ମହା’ ଓଡ଼ିଶା ଛୁଇଁ ବନି । ସୂଚନା ଅନୁସାରେ, ଏହି ଝଡ ଏବେ ଅବପାତର ରୂପ ନେଇସାରିଛି । ଓ ଏବେ ଏହା ପାରଦୀପଠାରୂ ୯୦୦ କିମ୍ବା ଦୂରରେ ରହିଛି । ଆଜି ଏହି ଝଡ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ ।ଯାହା ଫଳରେ ୯ରୁ ୧୧ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ ୯ ତାରିଖଠାରୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, ଓ ମାଲକାନଗିରି ଆଦି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ ଆର ସି ନିର୍ଦେଶ ଦେଇଛନ୍ତି ।