Odiapua.com

ଉପକୂଳ ଓଡ଼ିଶା ବିକାଶପରିଷଦ ଗଠନ ଲାଗି ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୫/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଉପକୁଳ ଓଡିଶାର ବିକାଶ ପାଇଁ ୫ଟି ଜିଲ୍ଲା ଯଥା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧୀଜିବି ଓ ସମାଜସେବୀ ମାନଙ୍କୁ ନେଇ ଉପକୁଳ ଓଡିଶା ବିକାଶ ପରିଷଦ ଗଠନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସର୍ବଶ୍ରୀ ଜ୍ୟୋତିରଞ୍ଜନ ପରିଡା, ବୀରବର ଦଳେଇ, ସରୋଜ ନାୟକ, ନୃସିଂହ ବାରିକ, କାହ୍ନୁ ନନ୍ଦ, ଅଜୟ ଜେନା ଓ ନୃସିଂହ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରସ୍ଥାବିତ ଏହି ପରିଷଦର ପ୍ରଥମ ସାଂଗଠନିକ ସଭା ରାହାମାଠାରେ ଥିବା ସ୍ୱାଧୀନଗେଷ୍ଟ ହାଉସ ପରିସରରେ ଅଗଷ୍ଟ ୧୧ତାରିଖ ପୁର୍ବାହ୍ନ ୧୧ଘଟିକା ସମୟରେ କରାଯିବା ପାଇଁ ସ୍ଥିର ହୋଇଥିଲା। ରାହାମା ଅଂଚଳର ବିଶିଷ୍ଠ ସମାଜସେବୀ ତଥା ଗଣସଂଗ୍ରାମ ପରିଷଦ ଓ ଜୀବ ଉଦ୍ଧାରସେବା ସମିତିର ଆବାହକ ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଏହାକୁ ସ୍ୱାଗତ କରିଥିଲେ। ପରିଷଦର ଉନ୍ନୟନ ମୁଳକ କାର୍ଯ୍ୟପାଇଁ ସେ ନିଃସ୍ୱାର୍ଥପର ଭାବରେ ସହଯୋଗ କରିବେ ବୋଲି ଉଦ୍ୟୋକ୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ। ବିଶେଷକରି ଉପକୁଳ ଓଡିଶାରେ ବର୍ଷାଜଳ ସଂରକ୍ଷଣ ପାଇଁ ନଦୀମାନଙ୍କରେ ଚେକ୍ ଡ୍ୟାମ ନିର୍ମାଣ କରିବା, ନୂତନ ରେଳପଥ ନିର୍ମାଣ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିକାଶ ପାଇଁ ଉପଯୁକ୍ତ ଭାବରେ ଲିଖିତ ଦାବି ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିକଟରେ ଉପସ୍ଥାପନା କରିାବଲାଗି ସଭାରେ ସର୍ବସମ୍ମତ ସ୍ଥିର କରାଯାଇଥିଲା।