Odiapua.com

ଉନ୍ନୟନ କାର୍ଯ୍ୟ ଦେଖିଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ପଂଚାୟତ ରାଜ ପ୍ରକଳ୍ପ ନିର୍ଦ୍ଦେଶକ (ସ୍ୱତନ୍ତ୍ର) ଜ୍ୟୋତି ପ୍ରକାଶ ଦାସ ଆଜି ବନ୍ତ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ପ୍ରଥମେ ରାମପୁର ପଂଚାୟତର ଏନ୍‌.ଆର.ଇଜି,ଏସ୍ ରେ ହୋଇଥିବା ଅମ୍ୟୃତ ସରୋବର, ମନ୍ଦିର କାର୍ଯ୍ୟ, ଗଣିଜାଙ୍ଗ ପଂଚାୟତର ଆବାସ ଗୃହ, ଛୟାଳସିଂ ପଂଚାୟତର ୫-ଟିରେ ହୋଇଥିବା ଖଗେଶ୍ୱର ହାଇସ୍କୁଲ ଏବଂ ହାଟଡିହୀ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ । ବିଭିନ୍ନ ସ୍ଥାନରେ ସରପଂଚ ସତ୍ୟଭାମା ଧଳ, ରଶ୍ମିତା ସେଠୀ ଓ ଗିରିଧାରୀ ସାହୁଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସରକାରଙ୍କର ଆଭିମୁଖ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ ନେଇ କଥା ହୋଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ବନ୍ତ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଂଟିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ,ସୁପ୍ରଭା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।