Odiapua.com

ଉନ୍ନୟନ କାର୍ଯ୍ୟର ସରଜମିନ ଅନୁଧ୍ୟାନ କଲେ ଜିଲ୍ଲାପାଳ

ସମ୍ବଲପୁର ୨୩/୧୨ (ଓଡ଼ିଆ ପୁଅ) ସମ୍ବଲପୁର ସହରରେ ଚାଲିଥବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଜିଲ୍ଲାପାଳ ଶୁଭମ ସସ୍କେନା ଆଜି ସରଜମିନ ଅନୁଧ୍ୟାନ କରିଛନ୍ତି। ସେ ପୁର୍ତ ଡ଼ିଭିଜନ-୧ ପକ୍ଷରୁ ଚାଲିଥିବା ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରି ଏଗୁଡ଼ିର ଅଗ୍ରଗତି ବାବଦରେ ବିଭାଗୀୟ ଅଧିକାରୀମାନଙ୍କ ପଚାରି ବୁଝିଥିଲେ। ନିର୍ମାଣାଧୀନ ପ୍ରକଳ୍ପ ମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ କରି କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ସସ୍କେନା ନିର୍ଦ୍ଦେଶ ଦେଇଥିଲେ। ସେ ମୁଦିପଡ଼ାର ଟାଉନ ହଲ, ଚେରୁଆରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ .ପଡ଼ାର ରାଜସ୍ୱ ବିଭାଗର କ୍ୱାର୍ଟର, ଧୁଚୁରାପଡ଼ା ଛକ- ନେଲସନ ମାଂଡ଼େଲା ଛକ ଫ୍ଲାଇ ଓଭର ବ୍ରିଜ, କ୍ଷେତରାଜପୁର ରେଲେଓ ଓଭର ବ୍ରିଜ, ହରଡ଼ ଯୋର ସେତୁ ନିର୍ମାଣ କାର୍ଯ୍ୟ ବୁଲିଦେଖିଥିଲେ। ବିଭାଗର ନିର୍ବାହୀ ଯନ୍ତ୍ରୀ ବିଜୟ ମହାନ୍ତି, ଏସଡ଼ିଓ କଲ୍ଲୋଳ କୁମାର ପ୍ରଧାନ, ଜିଲ୍ଲା ଭୂ-ଅର୍ଜନ ଅଧିକାରୀ ସରୋଜ କୁମାର ମିଶ୍ର, ମହାନଗର ନିଗମର ଉପାୟୁକ୍ତ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଉପସ୍ତିତ ଥିଲେ। ପରେ ଜିଲ୍ଲାପାଳ ମାଝିପାଲି ଠାରେ ଥିବା ସରକାରୀ ହୋମିଓପାଥୀ କଲେଜକୁ ଯାଇ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ ଯେ, ସହର ମଧ୍ୟରେ ନିର୍ମାଣାଧିନ ଦୁଇ ଫ୍ଲାଇ ଓଭର ବ୍ରିଜ, ଟାଉନହଲର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ପୂର୍ବରୁ ସାଧାରଣରେ ଅଭିଯୋଗ ହୋଇଆସିଛି।