Odiapua.com

ଉନ୍ନୟନ କମିଶନର ହେଲେ ସୁରେଶ ମହାପାତ୍ର

ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର। ସବୁ ଅଞ୍ଚଳର ବିକାଶ କିପରି ହୋଇପାରିବ ଓ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ସେହିପରି ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା। ଦାୟିତ୍ୱ ନେବା ପରେ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ରଖି କହିଛନ୍ତି, କମ୍ୟୁନିଟି ପୋଲିସିଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଶାନ୍ତି ଶୃଙ୍ଖଳା ରହିଛି। ଆଗକୁ ଏହାକୁ ବଜାୟ ରଖିବେ ବୋଲି ସଞ୍ଜୟ ଚୋପ୍ରା କହିଛନ୍ତି।