Odiapua.com

ଉଦ୍ୟୋଗୀ ବିକାଶ ତାଲିମ କର୍ମଶାଳା

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଦୁର୍ଗାମଣ୍ଡପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୧୨ ଦିନିଆ ଉଦ୍ୟୋଗୀ ବିକାଶ ତାଲିମ କର୍ମଶାଳା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାକୁ ଶିଳ୍ପ ବିକାଶ ଅଧିକାରୀ ଶଶିଶେଖର ବେହେରା ପରିଚାଳନା କରିଥିଲେ । ଆକାଂକ୍ଷୀ ଉଦ୍ୟୋଗ ଯୋଜନାରେ ମନୋନୀତ ହୋଇଥିବା ବ୍ଲକ ଅଞ୍ଚଳର ୩୦ ଜଣ ଯୁବକଙ୍କୁ କଟକସ୍ଥିତ ଓ.ପି.ଏମ.ଡି.ସି. ନିଦ୍ଦେର୍ଶକ ରବିନାରାୟଣ ସାହୁ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଇଂ ସୂର୍ଯ୍ୟକାନ୍ତ ବେହେରା ମୁଖ୍ୟଅତିଥି, ପୂର୍ବତନ ସାଧାରଣ ପରିଚାଳକ ପିତାମ୍ବର ପରିଡା, ବନ୍ଧୁ ସ୍ୱେଚ୍ଛାସେବୀ ସଙ୍ଗଠନର ସମ୍ପାଦକ ରମେଶ ଚନ୍ଦ୍ର ନାୟକ, ସରସଦା ଷ୍ଟେଟବ୍ୟାଙ୍କ ଓ ଯୁକୋ ବ୍ୟାଙ୍କ ଶାଖା ପରିଚାଳକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସୁବିଧା ସୁଯୋଗ ଓ ଏହାର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିବା ସହ ତାଲିମ ପ୍ରାପ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କେତେକ ତାଲିମପ୍ରାପ୍ତ ଯୁବକଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଉଦ୍ୟୋଗ ଯୋଜନା ଓ ପ୍ରଧାନମନ୍ତ୍ରୀ ଏପ.ଏମ.ଜି. ଯୋଜନାରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଋଣ ଯୋଗାଇବାକୁ ସମ୍ମତି ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିଳ୍ପକେନ୍ଦ୍ର ପର୍ଯ୍ୟବେକ୍ଷକ ସୂର୍ଯ୍ୟକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ ।