Odiapua.com

ଉଦ୍ଧାର ହୋଇଥିବା ଗଳିତ ଶବ କାହାର ?

ନୟାଗଡ ୨୫/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ ଅସୁରକୁମାରୀ ଜଙ୍ଗଲ ଶ୍ରୀକୃଷ୍ଣପୁର ଗ୍ରାମ ଗରଗରିଆ ନାଳ ଉପରେ ଏକ ଶବ ପଡିଥିବା ଖବର ପାଇଥିଲା। ତେଣୁ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିର୍ଦେଶରେ ଉପନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ସଦଳବଳେ ଘଟଣା ସ୍ଥଳରେ ପହଂଚିଥିଲେ।

ଗଳିତ ଶବକୁ ଜବତ କରିବା ପରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଞ୍ଚନାମା ପରେ ଶବକୁ ଚିହ୍ନଟ ପାଇଁ ରଖାଯାଇଥିବା ଜଣାପଡିଛି। ଶବର କୈାଣସି ଠିକଣା ମିଳିନଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏଭଳି ଜଣେ ଯୁବକ ପାଗଳ ଅବସ୍ଥାରେ ସେହି ଅଂଚଳରେ ଘୁରି ବୁଲୁଥିଲା।