Odiapua.com

ଉଦଳାରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ମୟୁରଭଞ୍ଜ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ) : ପୁଣି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ କଣ୍ଟିସାହି ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସେହି ଗାଁ ବିଲରେ ସାତ ଜଣିଆ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ବନବିଭାଗବକୁସଖବର ଦେବା ପରେ ଉଦଳା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାରେ ଲାଗିଛନ୍ତି। ତେବେ ଏବେ ହାତୀପଲ ନୀଳଗିରି ଥାନା ଅଧିନ ନରସିଂହପୁର ଜଙ୍ଗଲକୁ ଚାଲି ଯାଇଥିବା ଜଣାଯାଇଛି। ହାତୀଙ୍କ ଉତ୍ପାତ ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି।