Odiapua.com

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର

ସମ୍ବଲପୁର, ୧୩/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ଉତ୍ତରାଞ୍ଚଳ ନୂତନ ପୋଲିସ ଡିଆଇଜି ଭାବେ ରବିବାର ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଦୀପକ କୁମାର। ଆଜି ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜର ୫ ଟି ଜିଲ୍ଲାର ସମସ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତିରେ ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୀପକ କୁମାର। ସେଣ୍ଟ୍ରାଲ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ରୂପେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି। ଏହି ରେଞ୍ଜର କେଉଁ ପ୍ରସଙ୍ଗ ଉପରେ ବିଶେଷ ଫୋକସ ଦିଆଯିବ ଓ ମାଓ ସମସ୍ୟା ଉପରେ କି ରଣନୀତି ଗ୍ରହଣ କରାଯିବ ପ୍ରଶ୍ନର ଉତ୍ତରରେ ସବୁ ଜିଲ୍ଲାର ଏସପିଙ୍କ ସହିତ ଆଲୋଚନା କରି ସାରିବା ପରେ ଏସବୁ ପ୍ରସଙ୍ଗ ଉପରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି। ସେ ପୂର୍ବରୁ ବଲାଙ୍ଗୀର ଜ଼ିଲ୍ଲା ର ଆରକ୍ଷୀ ଅଧିକ୍ଷକ ଭାବେ କାମ କରିଥିବାରୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି I ଏହି ଦାୟିତ୍ୱ ହସ୍ତାନ୍ତର ସମୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମାନେ ଉପସ୍ଥିତ ଥିଲେ।