Odiapua.com

ଉତ୍ତରାଖଣ୍ଡରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ସକାଳ ୮ଟାରୁ ଉତ୍ତରାଖଣ୍ଡରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ । ଡୋଇବାଲା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆରମ୍ଭ ହୋଇଛି । ସେଠାରେ ପ୍ରାୟ ୧୫ ଲକ୍ଷରୁ ଅଧିକ ମତଦାତା ଭୋଟ୍‌ ଦେବାକୁ ଥିବା ବେଳେ ଡୋଇବାଲାରେ ୩୬ ଗ୍ରାମ ପ୍ରଧ୍ୟାନ, ୪୦ ବିଡିସି, ୩୮୬ ଗ୍ରାମ ପଞ୍ଚାୟତ ସଦସ୍ୟ ଏବଂ ଜିଲ୍ଲା ପଞ୍ଚାୟତ ସଦସ୍ୟ ପଦମାନଙ୍କ ପାଇଁ ୭୨୫ ଆଶାୟୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସୂଚନା ଅନୁସାରେ, ବ୍ଲକ୍‌ର ମୋଟ ୨୦୩ ମତଦାନ କେନ୍ଦ୍ରରେ ଭୋଟ୍‌   ଗ୍ରହଣ ପ୍ରକ୍ରିୟା ଜାରି ରହିଛି ।