Odiapua.com

ଉତ୍କଳ ଯାଦବ ମହାସଭା ପକ୍ଷରୁ ଚାରାରୋପଣ ଓ ସମ୍ବର୍ଦ୍ଧନା ସଭା

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଉତ୍କଳ ଯୁବ ଯାଦବ ମହାସଭା ପକ୍ଷରୁ ଚୁନିଦାସ୍ଥିତ ମା କ୍ଷେତ୍ରବାସୀ ପୀଠ ଠାରେ ଏକ ଚାରା ରୋପଣ ଓ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲା ଯୁବ ଯାଦବ ସଭାପତି ସାମ୍ବାଦିକ ରବୀନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭଦ୍ରକ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ରାଉତ, ସମ୍ମାନୀତ ଅତିଥି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ପରିଡା, କାର୍ଯ୍ୟକାରୀ ସଭାପତି ପ୍ରଭାର ପରିଡା, କୋଲକତା ଯାଦବ ମହାସଭାର ହରେକୃଷ୍ଣ ପଲେଇ, ତୁଷାରକାନ୍ତ ପରିଡା, ଚିତ୍ରଶିଳ୍ପୀ ପ୍ରଭାତ ଜେନା, ସାମ୍ବାଦିକ ସନ୍ତୋଷ ଦାସ, ସମାଜସେବୀ ବାବୁଲା ରାଉତ, ଅମରେଶ ପଲାଇ, ସାଧୁଚରଣ ବାରିକ, ସଂଜିବ ନାୟକ, ପିୟୁଷ ଦାସ,ଅମର ନାୟକ, ଚିନ୍ମୟ ଦାସ, ନିତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କ୍ଷେତ୍ରବାସୀ ପୀଠରେ ବିଭିନ୍ନ ଚାରା ରୋପଣ କରାଯିବା ସହିତ ଗ୍ରାମ୍ୟ ସଫେଇ କରାଯାଇଥିଲା । ପରେ କରୋନା ଯୋଦ୍ଧା ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ସୁଧାକର ଦାସ ଓ ସାଗର ପାଢୀଙ୍କ ସହିତ ସମାଜସେବୀଙ୍କୁ ଯୁବ ଯାଦବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।