Odiapua.com

ଉତ୍କଳ ମଣି ଶିଶୁଶିକ୍ଷା ମନ୍ଦିରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ପାଳିତ

ସାଲେପୁର, ୧୦/୭ (ଓଡ଼ିଆ ପୁଅ /ଅଭୟ ଜେନା) ସାଲେପୁର ବ୍ଲକ ରାମେଶ୍ୱର ଗ୍ରାମପଞ୍ଚାୟତ ର ଦୁର୍ଗାପୁର ଗ୍ରାମରେ ପ୍ରତିଷ୍ଠିତ ଉତ୍କଳମଣିଶିଶୁଶିକ୍ଷା ମନ୍ଦିର ରେ ପୁଣ୍ଣ୍ୟଶ୍ଳୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧଦିବସ ପାଳନ ହୋଇଥିଲା। ଏହି ଶ୍ରାଦ୍ଧଦିବସ ଅବସରରେ ପରିଚଳନା କମିଟି ର ନିଷ୍ପତି ଅନୁଯାୟୀ କରୋନା କଟକଣା ମଧ୍ୟରେ ବାର୍ଷିକପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା. ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମ ରେ କୃତ୍ତି ଛାତ୍ର/ଛାତ୍ରୀ ଙ୍କୁପୁରସ୍କାର ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଉଲ୍ଲାସ ଚନ୍ଦ୍ର ଜେନା ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉତ୍ସବ ଉଦ୍ଦଘାଟନ କରିଥିଲେ ଏବଂ ବିଦ୍ୟାଳୟର କୃତ୍ତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିବା ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କୁ ଭାରତ ସରକାର ଭାରତରତ୍ନ ପ୍ରଦାନ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ସମସ୍ତ ଗୁରୁଜୀ ଗୁରୁମା ଯୋଗ ଦେଇ ଥିଲେ। ଶୁଶ୍ରୀ ଲକ୍ଷ୍ମିପ୍ରିୟା ସାମଲ, ଅଣ୍ଣପୁଣ୍ଣା ଦାସ, ମାନସୀ ସ୍ୱାଇଁ, ରାଜଶ୍ରୀ ଦାଶ, ସାଇସ୍ମିତା ଜେନା, ସୁଚିସ୍ମିତା ଜେନା, ବିଜୟନୀ ଦାଶ, ଚନ୍ଦ୍ରକାନ୍ତ ସାମଲ, ବେଦ ପ୍ରକାଶ ଜେନା, ପ୍ରଜ୍ଞାପ୍ରିୟ ଦର୍ଶିନି ସ୍ୱାଇଁ, ଅଙ୍କିତ ଦାଶ, ଦିପକ ଭୋଇ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।