Odiapua.com

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ଓ ଦ୍ୱିତୀୟ ସି.ଭି. ରମଣ ପୁରସ୍କାର ସମାରୋହ

ଭୁବନେଶ୍ୱର ୨୮-୨ (ଓଡ଼ିଆ ପୁଅ) : ଉତ୍କଳ ବିଶ୍ୱବିଦ୍ୟାଳୟର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ଓ ସି.ଭି. ରମଣ ଫାଉଂଡେସନର ଦ୍ୱିତୀୟ ସି.ଭି. ରମଣ ପୁରସ୍କାର ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟିକୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମହୋଦୟା ଅଧ୍ୟକ୍ଷତା କରିଥିବା ବେଳେ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ତାଙ୍କ ସହିତ କନଭେନର ପ୍ରଫେସର ଜୟ କ୍ରିଷ୍ଣା ପାଣିଗ୍ରାହୀ, ପରାମର୍ଶଦାତା ଶ୍ରୀ ବିଜୟ ଦାସ ଓ ସଂଯୋଜକ ପ୍ରଫେସର ଜେ. ଦଣ୍ଡପଟ, ବାୟୋଟେକ୍ନୋଲୋଜି ବିଭାଗ ମୁଖ୍ୟ ଓ ନିର୍ଦ୍ଦେଶକ ଅନୁସନ୍ଧାନ ଏବଂ ବିକାଶ ବିଶେଷ ବ୍ୟକ୍ତି ବୃନ୍ଦ ମଞ୍ଚାସିନ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ପ୍ରଫେସର ଆଚାର୍ଯ୍ୟ ମିଳିତ ଜାତିସଂଘର ଜାତୀୟ ବିଜ୍ଞାନ ଦିବସ ଥିମ୍ ଉପରେ ଆଲୋକପାତ କରି କିଭଳି ବିଜ୍ଞାନ କିମ୍ବା ଯେ କୌଣସି ବିଜ୍ଞାନ ହେଉ ନ କାହିଁକି ତାହା ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହୁଏ ସେ ବିଷୟରେ ବିସ୍ତାରରେ କହି ନିଜ ବକ୍ତ୍ୟବ ଶେଷ କରିଥିଲେ। ସି.ଭି. ରମଣ ଫାଉଂଡେସନକୁ ଓ ତାଙ୍କ ଟିମଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହଭାଗିତା କରି ଏହି ପରିସରରେ ଏହା ପାଳନ କରିଥିବାରୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟ ଅତିଥି ଡ଼ଃ ସାମନ୍ତ ଓଡିଶାର ସମସ୍ତ ବୈଜ୍ଞାନିକ ମାନଙ୍କୁ ସ୍ୱାଗତ ଜଣାଇବା ସହ ଉପସ୍ଥିତ ପୁରସ୍କାର ପ୍ରାପ୍ତ ପାଇଥିବା ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ଯୁବ ବୈଜ୍ଞାନିକ ପୁରସ୍କାର ଡ଼ଃ ଶେଷ କିଷାନ ଏବଂ ଛାତ୍ର ପ୍ରତିଭା ସମ୍ମାନ ଯୀଶୁ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ, ତଥା ଗବେଷଣା କ୍ଷେତ୍ରରେ ଆଉ କିଛି ନୂଆ କରିବାକୁ ଆଗାମୀ ବୈଜ୍ଞାନିକ ଆହ୍ୱାନ ଦେଇଥିଲେ। ତା ସହିତ ସି.ଭି. ରମଣ ଫାଉଂଡେସନର ସଫଳତା କାମନା କରିଥିଲେ।

ସଭା ପ୍ରାରମ୍ଭରେ ସି.ଭି. ରମଣ ଫାଉଂଡେସନର କନଭେନର ପ୍ରଫେସର ଜୟ କ୍ରିଷ୍ଣା ଆଜିର ବିଜ୍ଞାନ ଦିବସ ଅବସରରେ ସି.ଭି. ରମଣଙ୍କୁ ମନେ ପକାଇ ତାଙ୍କର ଗବେଷଣା ପ୍ରକ୍ରିୟା ଶୈଳୀ ଥିଲା ସେଭଳି ଆଗାମୀ ପିଢ଼ି ଯେପରି ବୁଝି ଗବେଷଣା କରି ପାରିବେ ସେଥିପାଇଁ ସେ ଆହ୍ୱାନ ଦେଇଥିଲେ ତଥା ଯେଉଁ ପ୍ରତିଭା ମାନଙ୍କୁ ସମ୍ମାନିତ କରାଗଲା ସେମାନଙ୍କୁ ସ୍ୱାଗତ କରିଥିଲେ। ତପ୍ତରେ ପରାମର୍ଶଦାତା ଶ୍ରୀ ବିଜୟ ସମ୍ମାନିତ ଅତିଥି ମାନଙ୍କୁ ପରିଚୟ ଦେଇ ଓଡ଼ିଆ ମାତୃ ଭାଷାର ଉସ୍ମିତାକୁ ରଖିବାକୁ ଆହ୍ୱାନ ଦେଇଥିବାବେଳେ ପ୍ରଫେସର ଜେ. ଦଣ୍ଡପଟ ସମ୍ମାନିତ ଅତିଥି ଓ ଉତ୍କଳ ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ ପ୍ରଫେସର, ଛାତ୍ର ଛାତ୍ରୀ ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସି.ଭି. ରମଣ ଫାଉଂଡେସନର ସମ୍ପାଦକ ବିଶ୍ୱଜିତ ପ୍ରଧାନ ଏହି ସଭାଟିକୁ ସହଯୋଗ ଏବଂ ସଂଯୋଜନା କରିଥିଲେ।