Odiapua.com

ଉତ୍କଳ ଫ୍ଲୋର ମିଲ୍‌ସ ପ୍ରାଇଭେଟ ଲିମିଟେଡର କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିକଟରେ ସାମୁହିକ ଛଟେଇ ବିରୋଧରେ ଦାବୀପତ୍ର

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା, ଭଦ୍ରକସ୍ଥିତ ଉତ୍କଳ ଫ୍ଲୋର ମିଲ୍‌ସ ପ୍ରାଇଭେଟ ଲିମିଟେଡର କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିକଟରେ ସାମୁହିକ ଛଟେଇ ବିରୋଧରେ ଅବଗତ କରାଇଛନ୍ତି । ବିଗତ କରୋନା କାଳ ମଧ୍ୟରେ ହଠାତ୍ ଗତ ତା ୩୧.୧୨.୨୦୨୦ ରିଖରେ କର୍ମଚାରୀମାନଙ୍କୁ ସାମୂହିକ ଛଟେଇ କରିଦିଆଗଲା । ସେମାନଙ୍କର ଜୀବିକା ସମ୍ପୂର୍ଣ୍ଣ ରୂପେ ଛଡେଇ ନିଆଗଲା । ସେହିଦିନଠାରୁ ଦୀର୍ଘ ୬୦ ଦିନରୁ ଅଧିକ ହେବ ଉତ୍କଳ ଫ୍ଲୋର ମିଲ୍ସ ଆଗରେ ଅଖିଆ ଅପିଆ ଧାରଣା ଦେଉଛନ୍ତି । ଜିଲ୍ଲାପାଳଙ୍କ ନିକଟରେଏକ ମାସ ପୂର୍ବରୁ ପହଞ୍ôଚବା ପରେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ କିମ୍ବା ଲେବର ଅଫିସରୁ କୌଣସି ସହଯୋଗ ମିଳି ନାହିଁ । କର୍ମଚାରୀ ମାନଙ୍କ ଘରେ ଚୁଲି ଜଳୁନାହିଁ । ସେମାନଙ୍କ ପରିବାର ବହୁ କଷ୍ଟରେ ବଞ୍ôଚବା ସହ ଭୋକ ଉପାସରେ ରହୁଛନ୍ତି । କରୋନା ସମୟରେ ସେମାନେ ଅନ୍ୟତ୍ର ରୋଜଗାର ପାଇବା ମଧ୍ୟ ସମ୍ଭବପର ନୁହେଁ । କମ୍ପାନୀ ସେମାନଙ୍କର ପାଉଣା ଦେଉନାହାନ୍ତି କି ଚାକିରୀ ଦେଉନାହାନ୍ତି । କମ୍ପାନୀ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ନକରି ଅନ୍ୟ କର୍ମଚାରୀ ମାନଙ୍କୁ ନେଇ କମ୍ପାନୀ ଚାଲୁ କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏଥିନେଇ ଆଜି ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ଏବଂ ସମାଜସେବୀ ଅନୁପ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି କର୍ମଚାରୀଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଅବଗତ କରାଇବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜିତ କୁମାର ରାୱାନୀ, ଶୈଳେନ୍ଦ୍ର ମାହାନା, ଶଙ୍କର ଦତ୍ତ, ଉପେନ୍ଦ୍ର ମାହାନା, ଉଦୟ ବେହେରା ଏବଂ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡା ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।