Odiapua.com

ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ, ୩୪ ସଂଗଠନକୁ ‘ଉତ୍କଳଶ୍ରୀ ସେବା ସମ୍ମାନ’ ପ୍ରଦାନ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ପରିସରରେ ଉତ୍କଳ ଫାଉଣ୍ଡେସନ ଓ ଉତ୍କଳ କମ୍ପ୍ୟୁଟର ଏକାଡେମୀର ବାର୍ଷିକ ଉତ୍ସବ ଅଜିତ୍ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଓ ଗୋଲକ ଚନ୍ଦ୍ର ବେହେରା ବିଶିଷ୍ଟ ଅତିଥି ଓ ବଦ୍ରୀ ନାରାୟଣ ଧଳ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ମାଟିକୁ ସମ୍ବୋଧନ କରି ମଣିଷର ନୈତିକତା ଉପରେ ଅଭିଭାଷଣ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ବିଡିଓ ଦେବଦତ୍ତ ଦାସ, ମହେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ସମାଜ କଲ୍ୟାଣ ଉପରେ ଅଭିଭାଷଣ ରଖିଥିଲେ । ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ତ୍ରିଲୋଚନ ଦାଶ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଉତ୍କଳ କମ୍ପ୍ୟୁଟର ଏକାଡେମୀ, ଶାରଦା ବିଦ୍ୟାମନ୍ଦିର ଓ ବଳଦେବଜୀଉ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟୁ ପରିବେଷଣ କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ୩୪ଟି ସଂଗଠନକୁ ଫାଉଣ୍ଡେସନ ପକ୍ଷରୁ ଉତ୍କଳଶ୍ରୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭଣ୍ଡାରିପୋଖରୀ ମାଟିର ଜ୍ଞାନୀଗୁଣୀ ବ୍ୟକ୍ତିମାନଙ୍କୁ ‘ମହାଗୁରୁ ସମ୍ମାନ’ ଓ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ସଂପାଦକ ହିମାଂଶୁ ଶେଖର ଜେନା ଓ ବ୍ଲକ୍ ସଂଯୋଜକ ନିତ୍ୟାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା ।