Odiapua.com

ଉତ୍କଳ କେଶରୀ ସାହିତ୍ୟ ସଂସଦର ବର୍ଷା କବିତା ଆସର

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ବ୍ଲକ ଶ୍ରୀବନ୍ତପୁର ତାରିଣୀ ମନ୍ଦିର ପରିସରରେ ଉତ୍କଳ କେଶରୀ ସାହିତ୍ୟ ସଂସଦ,ବନ୍ତର ବର୍ଷା କବିତା ଆସର ଓ ଶିଶୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ନାଟ୍ୟକାର ସୁଧାଂଶୁ ଶେଖର ନାୟକଙ୍କ ସଭାପତିତ୍ତ୍ୱରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା ମୁଖ୍ୟ ଅତିଥି,ବନ୍ତ ଆଞ୍ଚଳିକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର ମୁଖ୍ୟ ବ୍ୟକ୍ତା ଓ ସମ୍ମାନୀତ ଅତିଥି ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ,ଅମୁଲ୍ୟ କୁମାର ମିଶ୍ର,ସଂଙ୍ଖାଳି ଚରଣ ରାଉଳ,ସାହିତ୍ୟିକ ଚର୍ତୁଭୁଜ ପହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ରମାକାନ୍ତ ଜେନା ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ ଓ ଶିଶୁ ସାହିତ୍ୟିକ ବିଷୟରେ ଆଲୋକପାତ କରିଥିଲେ । ସଂଯୋଜିକା ଶିକ୍ଷୟିତ୍ରୀ କାଞ୍ଚନ ଲତା ଜେନା କବିତା ସଂଯୋଜନା କରିଥିଲେ । ଶିଶୁ ସାହିତ୍ୟରେ ଶିଶୁର ମାନସିକତା,ଦକ୍ଷତା ଓ ଛବି ମାଧ୍ୟମରେ ଲେଖା ଯିବା ଉଚିତ । ପ୍ରାଶ୍ଚାତ୍ୟରେ ଶିଶୁ ସାହିତ୍ୟର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା । କବି ଶ୍ରୀକାନ୍ତ ପଣ୍ଡା,ରବିନ୍ଦ୍ର କୁମାର ବିଶ୍ୱାଳ,ବନ୍ଦନା ରାଉତ,ଅନନ୍ତ ମୁଦୁଲି,ନାରାୟଣ ସାହୁ,ବାବାଜି ଚରଣ ଦଳେଇ,ସୁକାନ୍ତ ବେହେରା,ରମେଶ ସାହୁ,ଆଲୋକ ମୁଖାର୍ଜୀ,ରତ୍ନାକର ଦାଶ,ସନ୍ତୋଷ ଜେନା,ଅକ୍ଷୟ ଜେନା,କିର୍ତ୍ତନ ଚରଣ ନାୟକ,ଗୌରାଙ୍ଗ ଖିଲାର,ପ୍ରଦୀପ ସ୍ୱାଇଁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ନାରାୟଣ ଚନ୍ଦ୍ର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ । ଅବସର ପ୍ରାପ୍ତ କୋଷାଧ୍ୟକ୍ଷ ବଳରାମ ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମହେଶ୍ୱର ଜେନା,ରମେଶ ଜେନା,ଶ୍ରୀଧର ଜେନା ପ୍ରମୁଖ ସହଯୋଗ କରିଥିଲେ ।