Odiapua.com

ଉତ୍କଳ କେଶରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ, କବିତାରେ ସମାଜ ସୁଧାର ପାଇଁ ବାର୍ତା ରହୁ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାଜିିକ ମୂଲ୍ୟବୋଧ, ସଂସ୍କୃତିର ସୁରକ୍ଷା ଏବଂ ଅବକ୍ଷୟ ମୁଖୀ ସମାଜକୁ ରକ୍ଷା କରିବାରେ ସାହିତ୍ୟର ଭୂମିକା ଗୁରୁତ୍ୱ ପୂର୍ଣ୍ଣ। ଅତୀତ କାଳରୁ ଆଜି ପର୍ଯ୍ୟନ୍ତ ସାହିତ୍ୟିକ ମାନେ ଏ ଦିଗରେ କାର୍ଯ୍ୟ କରି ଆସୁଥିବା ବେଳେ କବିମାନେ କବିତାରେ ସମାଜ ସୁଧାର ପାଇଁ ବାର୍ତା ଦେବା ଆବଶ୍ୟକ ବୋଲି ଆଜି ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ରମାକାନ୍ତ ନାୟକ ମତବ୍ୟକ୍ତ କରିଛନ୍ତି। ଆୟୋଜିତ ସାରସ୍ୱତ ସଭାରେ ସଂସଦର ସଭାପତି ବିଶିଷ୍ଠ ନଟ୍ୟକାର ଡ଼ଃ. ସୁଧାଂଶୁ ଶେଖର ନାୟକ ପୌରହିତ୍ୟ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶଷ୍ଠ ବାଗ୍ନୀ, ପ୍ରବକ୍ତା ଡ଼ଃ ମନୋରଞ୍ଜନ ମହାନ୍ତି ତାଙ୍କ ବକ୍ତବ୍ୟରେ କବିତା ଆନନ୍ଦର ତିଳକ, ଯାହା ଆମ ସମସ୍ତଙ୍କୁ ଶୀର୍ଷରେ ପହଂଚାଇ ଥାଏ ବୋଲି କହିଥିବା ବେଳେ ଭଲ ମଣିଷ ସୃଷ୍ଟି କରିବା ସାହିତ୍ୟର ମୂଳ ଲକ୍ଷ୍ୟ। ସାହିତ୍ୟିକ ମାନେ କବିତା ମାଧ୍ୟମରେ ସଂସ୍କାରିତ କରି ମଣିଷକୁ ଭଲ ମଣିଷ ଭାବେ ତିଆରି କରିଆନ୍ତି। ସଭାରେ ବିଶିଷ୍ଠ ବକ୍ତା ଡ଼ଃ.ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ କହିଲେ ସାହିତ୍ୟର ସଂଜ୍ଞା ଆଜି ବଦଳିଛି, ସାହିତ୍ୟ ଆନନ୍ଦ ପାଇଁ ନୁହେଁ ବରଂ ଶାନ୍ତି ପ୍ରତିଷ୍ଠା ପାଇଁ ଲେଖନୀ ଚାଳନା କରୁ ବୋଲି ମତ ରଖିଥିଲେ। ପାରମ୍ଭରେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା ସଭାକୁ ଉଦ୍‌ଘାଟନ କରିଥିଲେ। ଯୁଗ୍ମ-ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ, ଜଗନ୍ନାଥ ପାତ୍ର ସ୍ୱାଗତ ଭାଷଣ, ସଂମ୍ପାଦକ ରମାକାନ୍ତ ଜେନା ସମ୍ପାଦକୀୟ ବୀବରଣୀ ପାଠ ଓ ଶେଷରେ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କୁନି ନୃତ୍ୟ ଶିଳ୍ପି ଅଙ୍କିତା ମଲି୍ଲକ, ଇପ୍ସିତା ସାମଲ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଜଗନ୍ନାଥ ପାତ୍ରଙ୍କ ନାଟକ କ୍ରାନ୍ତିର ସାରଥି, ନିଶିଥ ସୂର୍ଯ୍ୟ, ରମାକାନ୍ତ ଜେନାଙ୍କ କବିତା ସଂକଳନ ସାତସ୍ୱରର ଜୀବନ , ଶଶୀ ଶେଖର କରଶର୍ମାଙ୍କ ଅନୁବାଦ ପ୍ରବନ୍ଧ ପୁସ୍ତକ ଭାରତର ଶିକ୍ଷା ସଂଙ୍କଟ, ସଂଜୟ ସନ୍ଧିବିଗ୍ରହଙ୍କ କବିତା ସଂକଳନ ଭିନ୍ନ ଏକ ସ୍ୱାଦକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସଭା ଆରମ୍ଭରେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯିିବା ପରେ ସ୍ୱରଚିତ କବିତା ପାଠରେ କବି ସୁକାନ୍ତ କୁମାର ବେହେରା, ଅଭୟ କୁମାର ପ୍ରଧାନ, ଶ୍ରକାନ୍ତ ପଣ୍ଡା, ସ୍ତମ୍ଭକାର ସୁବୋଧ କୁମାର ସାହୁ, ଅଧ୍ୟ୍ୟାପିକା ପ୍ରତିମା ସାହୁ, ଲତା ପଣ୍ଡା, ରମେଶ ଗାହାଣ, ବିଚିତ୍ରା ନନ୍ଦ ଜେନା, ରମାକାନ୍ତ ନାୟକ କବିତା ପାଠ କରିଥିଲେ। କବି ଦାସରଥି ଜେନା ଓ ଦୀପ୍ତି ଦେବଦର୍ଶନୀ ସୁତାର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ବେହେରା, ଭାସ୍କର ଚନ୍ଦ୍ର ପାଢି, ଭାଗବତ ସାହୁ, କେଦାର ମହାନ୍ତି,ନୃସିଂହ ବାରିକ, ବିଜୟ କୁମାର ମଜୁମ୍‌ଦାର, ପ୍ରମୁଖ ସହଯୋଗ କରିଥିଲେ।